Home ଆଞ୍ଚଳିକ ମମିତା ଝଡ, ଆଜି ବି ଅଚଳ ହେବ କି ଗୃହ?

ମମିତା ଝଡ, ଆଜି ବି ଅଚଳ ହେବ କି ଗୃହ?

10

ଭୁବନେଶ୍ୱର, ୦୮/୧୨/୨୧ (ଜିଲ୍ଲା ଖବର) :  ଆଜି ବି ଅଚଳ ହେବ କି ଗୃହ?  ମମିତା ଝଡ ଥମିବାର ନାଁ ଧରୁନି। ବିରୋଧି ଜିଦରେ ଅଟଳ, ଦିବ୍ୟଶଙ୍କର ମିଶ୍ର ଇସ୍ତଫା ନଦେବା ପର୍ଯ୍ୟନ୍ତ ଗୃହରେ ଚଳାଇ ଦେବେନି ବିରୋଧି। ଆଜି ପୁଣି ମମିତା ପ୍ରସଙ୍ଗକୁ ନେଇ ଗୃହ ହୋଇପାରେ ସରଗରମ। ମଙ୍ଗଳବାର ଷଷ୍ଠ ଦିନରେ ଗୃହରେ ପୁଣିଥରେ ଗୃହକାର୍ଯ୍ୟ ନିଷ୍ଫଳ ହୋଇଥିବା ଦେଖିବାକୁ ମିଳିଥିଲା।

ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧି ଓ ଶାସକ ଦଳର ସଦସ୍ୟ ମାନେ ଗୃହରେ ହୋହଲ୍ଲା ଆରମ୍ଭ କରିଥିଲେ। ଫଳରେ ବାଧ୍ୟ ହୋଇ 2ମିନିଟ ଚାଲିବା ପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଲଗାତାର 6ଦିନ ଧରି ମମିତା ଝଡରେ ବିଧାନସଭା କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ରହିଛି। ଆଜି ମଧ୍ୟ ଗୃହରେ ପୁଣି ମମିତା ପ୍ରସଙ୍ଗ ଉଠିବା ସମ୍ଭାବନା ଥିବା ବେଳେ ଗୃହ କାର୍ଯ୍ୟ ସ୍ବଭାବିକ ହେବ କି  ତା ଉପରେ ନଜର ରହିଛି।