4 କୁଇଣ୍ଟାଲ 59 କେଜି 650 ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

9

କନ୍ଧମାଳ,୦୮/୧୨/୨୧ (ଜିଲ୍ଲା ଖବର) : ଗଞ୍ଜେଇ ଚୋରା ଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ସଲାଗୁଡା ଅଞ୍ଚଳରୁ 4 କୁଇଣ୍ଟାଲ 59 କେଜି 650 ଗ୍ରାମ ଗଞ୍ଜେଇ ଜବତ।

ସୂଚନା ମୁତାବକ ବାଲିଗୁଡ଼ା ଥାନା ଅଧିନସ୍ଥ ସଲାଗୁଡା ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ବସ୍ଥାରେ ଭର୍ତ୍ତିକରି ପ୍ରସ୍ତୁତି କରାଯାଉଥିବା ବାଲିଗୁଡ଼ା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଲାଗୁଡା ଅଞ୍ଚଳରେ  ଚଢାଉ କରିଥିଲା ।

ଚାଲାଣ ପାଇଁ ଗଛିତ ରଖାଯାଇଥିବା ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ବେଳେ 3 ଜଣ ଘଟଣା ସ୍ଥଳରୁ ଦୌଡି ପଳାଇ ଯାଇଥିବା ପୋଲିସ ସୂଚନା ଦେଇଛି ।  ଗିରଫ ଅଭିଯୁକ୍ତ ଜଣ ଙ୍କ ସଲାଗୁଡା ଗ୍ରାମର ମନୋଜ କହଁର । ଅଭିଯୁକ୍ତ ମନୋଜ କୁ କୋର୍ଟ ଚାଲାଣ କରାଯାଇଛି ।