୬ ପିକଅପ୍ ସହ ୫୦ ଗୋରୁ ଜବତ

8

ମୟୁରଭଞ୍ଜ,୦୮/୧୨/୨୧ (ଜିଲ୍ଲା ଖବର) :  ଗୋରୁ ଭର୍ତ୍ତି ହୋଇ ଚାଲାଣ ହୋଉଥିବା ୬ ପିକଅପ୍ ଜବତ ।  ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ ଚୁଆପାଣି ପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ନିକଟରେ ଗୋରୁ ଭର୍ତ୍ତି  ହୋଇ ଚାଲାଣ ହୋଉଥିବା ୬ ପିକଅପ୍ ସହ ୫୦ ଗୋରୁ ଜବତ କରାଯାଇଛି l

ସୂଚନା ଅନୁସାରେ ଏହି ଗୋରୁ ଭର୍ତ୍ତି ପିକଅପ୍ ଗୁଡିକ ଟେଣ୍ଟପୋଷି ରୁ ବାହାର ରାଜ୍ୟ କୁ supply କରୁଥିଲେ ଗୋରୁ ବେପାରୀ l କିନ୍ତୁ ବାଦାମ ପାହାଡ଼ ପୁଲିସ ଏହି ପିକଅପ୍ ଗୁଡିକୁ ପୁରୁଣା ପାଣି ନିକଟରେ ଜବତ୍ କରିଥିଲେ l

ଘଟଣା ସ୍ଥଳରୁ ସମସ୍ତ ଡ୍ରାଇଭର୍ ଫେରାର୍ ହୋଇଥିବା ବେଳେ ଜଣେ ଡ୍ରାଇଭର ଓ ଜଣେ ହେଲପର ଧରାପଡିଛନ୍ତି l ଗୋରୁ ଗୁଡିକୁ ରାଇରଙ୍ଗପୁର ସ୍ଥିତ ଗୋଶାଳା ରେ ଦେବା ସହ ଗାଡି ଗୁଡିକ ଯବତ୍ ହୋଇଥିବା, ପୁଲିସ ପକ୍ଷରୁ ସୂଚନା ମିଳିଛି l