ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

12

ସୁନ୍ଦରଗଡ଼, ୦୮/୧୨/୨୧ (ଜିଲ୍ଲା ଖବର) : ମଦୁଆ ସ୍ବାମୀର ବର୍ବରକାଣ୍ଡ । ଘରୋଇ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ । ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁର ଗାଁରେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା।  ଗାଁର ରାଜୁ ଏକ୍କା ଜଣେ ବିବାହିତା ମହିଳାକୁ ଘରକୁ ନେଇ ଆସିଲା ପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ରାଜୁ ରାଗରେ ଟାଙ୍ଗିଆରେ ସ୍ତ୍ରୀ ନିଅତିକୁ ହାଣି ଦେଇଥିଲା ।

ହାଣିବା ପରେ ପାଖ ଏକ ଘରେ ଯାଇ ଶୋଇପଡିଥିଲା। ଏକଥା ପଡୋଶୀ ଜାଣିବା ପରେ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହି ରାଜୁକୁ ଅଟକ ରଖିଛି ।