
ବ୍ରହ୍ମପୁର,୦୭/୧୨/୨୧ (ଜିଲ୍ଲା ଖବର ) : ଗୋଳନ୍ଥରା ଥାନା କେଶ ନମ୍ବର ୩୩୨/୨୧ ଅନୁଯାୟୀ ଅମିତ ଦାସ, ଅଜିତ ଦାସ, ବାବୁଲି ନାୟକ, ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ଓ ଦୀପ୍ତି ପ୍ରକାଶ ଜେନା ମକଦ୍ଦମା ରେ ଗିରଫ ଦାବୀ.
ଆମେ ଭାରତୀୟ ବିକାଶ ପରିଷଦ ଦୁଢ ଦାବୀ କରିବା କାରଣ ଏହି ଯେ ମାନ୍ୟବର ହାଇ କୋର୍ଟ ଓଡିଶା, ଙ୍କ କେଶ ନମ୍ବର CRLMP ୨୦୩୬/୨୦୨୧ ଓ ଉପଖଣ୍ଡ ସ୍ତରୀୟ ମାଜିଷ୍ଟ୍ରେଟ ବ୍ରହ୍ମପୁର କେଶ ନମ୍ବର ୨୬୩/୨୦୨୧ ନିର୍ଦେଶ ପ୍ରକାରେ ରିଙ୍ଗିପୁର ଗ୍ରାମର ଗଣେଶ ଡାକୁଆ ବ୍ୟକ୍ତି କୁ ଗୋଳନ୍ଥରା ଥାନା ହାଜତ ପିଟି ପିଟି ତା ୦୩/୦୫/୨୧ ରେ ହତ୍ୟା କରାଯାଇଥିବା ମୃତ ଗଣେଶ ର ମା ଶୋଭା ଡାକୁଆ ଅଭିଯୋଗ କରିଥିଲେ ମଧ୍ୟ ଗୋଳନ୍ଥରା ପୋଲିସ ମାମଲା ରୁଜୁ କରିଲେ ନାହିଁ (ଗୋଳନ୍ଥରା ଥାନା ର ମୃତ୍ୟୁ )
ଶୋଭା ଡାକୁଆ ପ୍ରଥମେ SDJM କୋର୍ଟ ରେ ୨୬୩ ତା ୦୮/୦୯/୨୧ରେ ୧ ସିସି ମାମଲା ରୁଜୁ କରିଥିଲେ ମଧ୍ୟ SDJM ହାଜତ ମୃତ୍ୟୁ ପରି ଗ୍ରୁରୁତ୍ବ ମାମଲା କୁ ତୁରନ୍ତ ଶୁଣାଣି ନ କରି ବିଳମ୍ବ କରିଥିବା ଫଳରେ ତା ୧୨/୧୧/୨୦୨୧ରେ ଶୋଭା ଡାକୁଆ ମାନ୍ୟବର ଉଚ୍ଚ ନ୍ୟାୟଳୟରେ କେସ ନମ୍ବର CRLMP ୨୦୩୬/୨୧ ରେ ମାମଲା ରୁଜୁ କରିଲେ |ଉକ୍ତ ମାମଲାକୁ ମାନ୍ୟବର ଉଚ୍ଚ ନ୍ୟାୟଳୟ ୧୮/୧୧/୨୦୨୧ ରେ ଶୁଣାଣି କରି ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗି କହିଲେଜେ କାହିଁକି ଓ ଆଜି ପଯ୍ୟନ୍ତ ଥାନରେ ଏଫ ଆଇ ର ରୁଜୁ ହୋଇନାହିଁ ତା ୩୦/୧୧/୨୦୨୧ ସୁଦ୍ଧା ଦର୍ଶାଇଵା ପାଇଁ ଆଦେଶ ପ୍ରଦାନ କରିଥିଲେ ଏବଂ ଶୁଣାଣି ତାରିଖ ଧାଯ୍ୟ କରିଥିଲେ |କିନ୍ତୁ ଏ ପ୍ରଯ୍ୟନ୍ତ
କିଛି ତଦନ୍ତ ନ ହେବାରୁ ଆଜି ଏକ ଶୋଭାଯାତ୍ରା କରଯାଇଥିଲା



