ହେକ୍ଟର ହେକ୍ଟର ପରିବା ଫସଲ କ୍ଷତିଗ୍ରସ୍ତ

6

କଟକ,୦୭/୧୨/୨୧ ( ଜିଲ୍ଲା ଖବର ) :  ଲଗାଣ ବର୍ଷା ଉଜାଡ଼ିଦେଲା ପରିବା ଚାଷ । କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଉଜୁଡ଼ିଗଲା ଶହ ଶହ ହେକ୍ଟର ପରିବା କ୍ଷେତ । ନିଆଳି ନିର୍ବାଚନ ମଣ୍ଡଳୀର କଣ୍ଟାପଡ଼ା, ବାରଙ୍ଗ ଓ ନିଆଳି ବ୍ଲକର 42ରୁ ଅଧିକ ଗ୍ରାମ ପଞ୍ଚାୟତର ହେକ୍ଟର ହେକ୍ଟର ପରିବା ଫସଲ ଲଗାଣ ବର୍ଷା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି ।

ବର୍ଷା ଚାଷ ଜମିରେ ଦୀର୍ଘ ସମୟ ବର୍ଷା ପାଣି ଜମି ରହିବା ଦ୍ୱାରା ଗଛ ସବୁ ମରି ଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛି । ପନିପରିବା ଫସଲ ସହିତ ରବି ଫସଲ ଯେପରି ଡାଲି ଜାତୀୟ ବିରି, ମୁଗ ଏବଂ କୋଳଥ ଓ ସୋରିଷ ଆଦି ଫସଲ ମଧ୍ୟ ନଷ୍ଟ ହୋଇଯାଇଛି ।