ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ

4

କଟକ, ୦୭/୧୨/୨୧ ( ଜିଲ୍ଲା ଖବର ) : ଭିଜିଲାନ୍ସ ଜାଲରେ କଟକ ଷଷ୍ଠ ବାଟାଲିୟନ ସିପାହୀ ସହଦେବ ପରିଡା। ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ। ସହଦେବଙ୍କ କଟକ ଘର ସମେତ ୫ ଟି ସ୍ଥାନରେ ଏକ କାଳୀନ ରେଡ କରିଛି ଭିଜିଲାନ୍ସ।

ତାଙ୍କ ବିରୋଧରେ କଟକ ଭିଜିଲାନ୍ସ ସ୍ପେଶାଲ ଜଜ କୋର୍ଟ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ । ରେଡ୍‌ରେ ୩ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ସାମିଲ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୨ କୋଟି ୯୪ ଲକ୍ଷ ୬୦ ହଜାର  ନଗଦ ଟଙ୍କା, ୪ ଟି ଚାରି ଚକିଆ ଓ ୧୭ ଟି ବ୍ୟାଙ୍କ୍ ପାସବୁକ୍ ଜବତ କରାଯାଇଛି।