Home ଆଞ୍ଚଳିକ ୱାର୍ଲ୍ଡ ଚାମ୍ପିଅନ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଇଣ୍ଡିଆ ହାସଲ କଲା ନୂଆ ରେକର୍ଡ

ୱାର୍ଲ୍ଡ ଚାମ୍ପିଅନ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଇଣ୍ଡିଆ ହାସଲ କଲା ନୂଆ ରେକର୍ଡ

16

୦୭/୧୨/୨୧ ( ଜିଲ୍ଲା ଖବର ) : ବିଶ୍ୱ ଟେଷ୍ଟ ରାଙ୍କିଂ ଶୀର୍ଷରେ ଟିମ ଇଣ୍ଡିଆ । ୱାର୍ଲ୍ଡ ଚାମ୍ପିଅନ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ହାସଲ କଲା ନୂଆ ରେକର୍ଡ । ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟ ମ୍ୟାଚରେ ଐତିହାସିକ ବିଜୟ ହାସଲ କରିଛି ଭାରତ । ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇ ପୁଣି ଥରେ ବିଶ୍ୱ ଟେଷ୍ଟ ରାଙ୍କିଂର ପ୍ରଥମ ସ୍ଥାନକୁ ଫେରିଛି ଟିମ ଇଣ୍ଡିଆ ।

ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ହୋଇଥିବାରୁ ଭାରତ ସିରିଜକୁ ୧-୦ରେ ଜିତି ନେଇଛି । ଭାରତ-ନ୍ୟୁଜିଲାଣ୍ଡ ସିରିଜ୍ ଶେଷ ହେବାପରେ ନୂଆ ରାଙ୍କିଂ ଜାରି କରିଛି ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ । ଯେଉଁଥିରେ ଟିମ ଇଣ୍ଡିଆ ନମ୍ବର ୧ରେ ରହିଛି । ICC ରାଙ୍କିଂ ଅନୁଯାୟୀ ଭାରତ ସର୍ବମୋଟ ୧୨୪ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି । ସେହିପରି ନ୍ୟୁଜିଲାଣ୍ଡ ୧୨୧ ପଏଣ୍ଟ ସହ ଦ୍ୱିତୀୟ, ଅଷ୍ଟ୍ରେଲିଆ ୧୦୮ ପଏଣ୍ଟ ସହ ତୃତୀୟ, ଇଂଲଣ୍ଡ ୧୦୭ ପଏଣ୍ଟ ସହ ଚତୁର୍ଥ ଏବଂ ପାକିସ୍ତାନ ୯୨ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ୬ ମାସ ପରେ ପୁଣି ଥରେ ରାଙ୍କିଂର ପ୍ରଥମ ସ୍ଥାନକୁ ଫେରିଛି ଭାରତ । ଗତ ଜୁନ ମାସରେ ଯେତେବେଳେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା ସେବେଠାରୁ ଦ୍ୱିତୀୟ ସ୍ଥାନକୁ ଖସିଆସିଥିଲା । ଏବେ ଭାରତ ପୁଣି ଥରେ ଶୀର୍ଷକୁ ଫେରିବା ବେଳେ ଏହାକୁ ବଜାୟ ରଖିବା ଦଳର ନୂଆ ହେଡ୍ କୋଚ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।