
୦୭/୧୨/୨୧ ( ଜିଲ୍ଲା ଖବର ) : ଜହ୍ନରେ ଜମି କିଣିବା କଥା ଆପଣ ପଢିଥିବା, ହେଲେ ଜହ୍ନରେ ପକ୍କା ଘର ତୋଳା ଯିବା କଥାଟି କାନ ଉଠିଲା କାଳୁ ଶୁଣି ନ ଥିବେ। ଆମେ ବି ସେ କଥା ଶୁଣି ତାଜ୍ଜୁବ ହେଲୁ । ଯେମିତି ଟିକେ ଆଭାସ ପାଇଲୁ ସେମିତି ଆପଣଙ୍କ ସହ ସେୟାର କରିବାକୁ ଯାଉଛୁ ।
ଚାଇନାର YUTU-2 ଚନ୍ଦ୍ର ରୋଭର ଉଠାଇଥିବା ଫଟୋରେ ଏକ କ୍ୟୁବ୍ ବା ଘନ ଆକୃତିର ଆଶ୍ଚର୍ଯ୍ୟ କଲାଭଳି ଘରଟିଏ ଠାବ ହୋଇଛି। ଯାହାକି ଶୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।
ଜହ୍ନରେ ଘର ତୋଳିଲା କିଏ ?
କିଏ ଏହି ଘରର ମାଲିକ ?
ଜହ୍ନରେ ଘର ତୋଳିବା ପାଇଁ କାଠ ନା ପଥର କ’ଣ ବ୍ୟବହାର ହୋଇଛି ?
ଏଭଳି ଏକାଧିକ ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଭାରାକ୍ରାନ୍ତ କରୁଛି। ସୋସିଆଲ ମିଡିଆରେ ଏହି ଅଦ୍ଭୁତ ବସ୍ତୁକୁ ‘ରହସ୍ୟମୟ ଘର’ ବୋଲି କୁହାଗଲାଣି। ମାତ୍ର ଏ ନେଇ ଅଧିକ ଗବେଷଣା ଓ ଅନୁସନ୍ଧାନର ଆବଶ୍ୟକତା ରହିଛି। ମହାକାଶ ବିଜ୍ଞାନୀମାନେ ଏହି ରହସ୍ୟମୟ ଘର ସମ୍ପର୍କରେ ଅଧିକ ଗବେଷଣା ପାଇଁ ରୋଭର ପ୍ରେରଣ କରିପାରନ୍ତି ବୋଲି କୁହାଯାଉଛି।
ଗତ ସପ୍ତାହରେ ଚାଇନାର ସ୍ପେସ୍ ଏଜେନ୍ସି ଦ୍ୱାରା ପ୍ରକାଶିତ ଏହି ଫଟୋଗୁଡ଼ିକରେ ଏହି ବସ୍ତୁ ଦେଖିବାକୁ ମିଳିଛି। ‘ସ୍ପେସ୍ ଡଟ୍ କମ୍’ ଅନୁଯାୟୀ ଚାଇନାର ଚନ୍ଦ୍ର ରୋଭର ଚନ୍ଦ୍ରଠାରୁ ଅଳ୍ପ ଦୂର ଦେଇ ଗତି କରୁଥିବା ବେଳେ Von Karman crater ପାର୍ଶ୍ୱରେ ଏହି ଅଦ୍ଭୁତ ବସ୍ତୁକୁ ଠାବ କରିଥିଲା।
ଚନ୍ଦ୍ର ରୋଭରଠାରୁ ୮୦ କିମି ଦୂରରେ ଠାବ ହୋଇଥିବା ଏହି ଘନାକାର ବସ୍ତୁ ଅନ୍ୟ ଉପଗ୍ରହଣ ହୋଇ ନ ପାରେ ବୋଲି ମହାକାଶ ବିଜ୍ଞାନୀଙ୍କ ମତ। କିନ୍ତୁ ଏହାର ସତ୍ୟତା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।


