Friday, November 13, 2026
Home ଆଞ୍ଚଳିକ ବିଧାନସଭାରେ ଥମିବାର ନାଁ ଧରୁନି ମମିତା ଝଡ଼

ବିଧାନସଭାରେ ଥମିବାର ନାଁ ଧରୁନି ମମିତା ଝଡ଼

8

ଭୁବନେଶ୍ୱର, ୦୭/୧୨/୨୧ ( ଜିଲ୍ଲା ଖବର ) : ବିଧାନସଭାରେ ଥମିବାର ନାଁ ଧରୁନି ମମିତା ଝଡ଼ । ଲଗାତାର ପାଞ୍ଚ ଦିନ ହେବ ଲାଗି ରହିଛି ଅଚଳାବସ୍ଥା । ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି ନେଇ ବିରୋଧୀ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ତରିକାରେ ପ୍ରତିବାଦ ଜାରି ରଖିଛନ୍ତି ।

ବିଶେଷ କରି ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଅଞ୍ଜନା ମିଶ୍ର ପ୍ରସଙ୍ଗ ମନେପକାଇ ଦେବାକୁ ଯାଇ ବିଜେପିର ଚିଠି ପୋଷ୍ଟ ଏହି ଘଟଣାରେ ନୂଆ ଟୁଇଷ୍ଟ ଆଣିଛି । ମୁଖ୍ୟମନ୍ତ୍ରୀଙ୍କ ଦୋହରା ଆଭିମୁଖ୍ୟକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଜୋରଦାର ଟାର୍ଗେଟ କରିଥିଲା ।

ଯାହାକୁ କାଉଣ୍ଟର କରିବାକୁ ଯାଇ ସାଶକ ଦଳ ପୁଣି ଥରେ ସେଇ ସମାନ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲା । ମାତ୍ର ଅପରାହ୍ନ ଅଧିବେଶନରେ ବାଚସ୍ପତି 5 ଦିନ ପରେ ସର୍ବଦଳୀୟ ବୈଠକ ଡ଼କାଇଥିଲେ ବି ଆଲୋଚନା ସଫଳ ହୋଇନି ।

ତେବେ ଆଜି ଷଷ୍ଠ ଦିନରେ ପଞ୍ଚାୟତିରାଜ ଓ ପାନୀୟ ଜଳ,ଗ୍ରାମ୍ୟ ଉନ୍ନୟନ,ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ,ଗୃହ ନିର୍ମାଣ ଓ ପୌର ଉନ୍ନୟନ,ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା,ସଂସଦୀୟ ବ୍ୟାପାର,ଆଇନ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାକୁ ଥିବା ବେଳେ ଆଜି ବି ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗୃହ ବେଶ ସରଗରମ ରହିପାରେ