Sunday, November 15, 2026
Home ଆଞ୍ଚଳିକ ଜଓ୍ବାଦ ପଶ୍ଚିମବଙ୍ଗ ମୁହାଁ ହେବାପରେ ରାଜ୍ୟକୁ ଫେରିଲା ଶୀତ

ଜଓ୍ବାଦ ପଶ୍ଚିମବଙ୍ଗ ମୁହାଁ ହେବାପରେ ରାଜ୍ୟକୁ ଫେରିଲା ଶୀତ

8

ଭୁବନେଶ୍ୱର,୦୭/୧୨/୨୧ ( ଜିଲ୍ଲା ଖବର ) : ଖସୁଛି ପାରଦ, ବଢୁଛି ଜାଡ। ବାତ୍ୟା ଜଓ୍ବାଦ ପଶ୍ଚିମବଙ୍ଗ ମୁହାଁ ହେବାପରେ ଏବେ ରାଜ୍ୟକୁ ଫେରିଛି ଶୀତର ଲହରି। ବିଶେଷ କରି ଦିନ ବେଳା ତାପମାତ୍ର ସ୍ବଭାବିକ ରହୁଥିବା ବେଳେ ରାତିର ତାପମାତ୍ର ପୂର୍ବାପେକ୍ଷା କମିଛି। ଫଳରେ ପୁଣିଥରେ ଶୀତର ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟରେ ଆଉ ବର୍ଷା ସମ୍ଭାବନା ନଥିବା ବେଳେ ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିଛି।

ତେବେ 8ତାରିଖ ବେଳକୁ  ଦକ୍ଷିଣ ଓଡିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ 9, 10 ତାରିଖ ରାଜ୍ୟବ୍ୟାପୀ ପାଗ ମୁଖ୍ୟତ ଶୁଖିଲା ରହିବ। ଫଳରେ ରାତ୍ରି ତାପମାତ୍ରରେ ହ୍ରାସ ଘଟିବା ସହିତ ଶୀତ ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ରାତ୍ରିର ତାପମାତ୍ରାରେ 3ରୁ 4ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।