Monday, November 16, 2026
Home ଆଞ୍ଚଳିକ ଚିନ୍ତାରେ ପାକିସ୍ଥାନ, ବିଗୁଡ଼ୁଛି ଆର୍ଥିକ ସ୍ଥିତି

ଚିନ୍ତାରେ ପାକିସ୍ଥାନ, ବିଗୁଡ଼ୁଛି ଆର୍ଥିକ ସ୍ଥିତି

7

୦୭/୧୨/୨୧ ( ଜିଲ୍ଲା ଖବର ) : ଚିନ୍ତାରେ ପାକିସ୍ଥାନ । ବିଗୁଡ଼ୁଛି ଆର୍ଥିକ ସ୍ଥିତି । ନାକ ପର୍ଯ୍ୟନ୍ତ ଲୋନରେ ବୁଡ଼ିଲେଣି ଇମ୍ରାନ ସରକାର । ଅନ୍ତରାଷ୍ଟ୍ରୀୟ ବଜାରରେ ବେଜ୍ଜତି ପରେବି କମୁନି ଅହଂକାର । ବିଶେଷଜ୍ଞଙ୍କ କହିବା କଥା ଏଭଳି ଅଧିକ ଦିନ ଚାଲିଲେ ମାଟି କାମୁଡ଼ିବ ପାକିସ୍ତାନ

ଏଭଳିକି ନିଜର ୟୁଏସ ଦୂତାବାସର କର୍ମଚାରୀଙ୍କୁ ଦରମା ଦେବାରେ ଅସମର୍ଥ ହେଲାଣି ପାକିସ୍ତାନ । ଅଗଷ୍ଟ ମାସରୁ ଦରମା ନପାଇ ସୋସିଆଲ ମିଡ଼ିଆରେ ଅସନ୍ତୋଷ ବ୍ୟକ୍ତ କଲେଣି ୟୁଏସରେ ପାକିସ୍ତାନ ଦୂତାବାସର କିଛି ଅଫିସରସ । ଇମ୍ରାନଙ୍କ ବିରୋଧରେ ବିଷୋଦାଗାର କରିବା ସହ ତିନି ମାସ ହେଲା କାହିଁକି ଦରମା ମିଳିନି ବୋଲି ଟ୍ବିଟ କରିଥିଲେ, ଯାହା ପରେ ସୋସିଆଲ ମିଡ଼ିଆରେ ଉଠିଥିଲା ଝଡ଼ ।

ସୂଚନାଯୋଗ୍ୟଯେ ଆଇଏମଏଫରୁ ତିନୋଟି କିସ୍ତିରେ ୬ଆରବ ଡ଼ଲାର ଲୋନ ମାଗିଛି ପାକିସ୍ତାନ । ସାଉଦି ଆରବ ୨୬ ଅକ୍ଟୋବରରେ ୩ ଆରବ ଡ଼ଲାରର ଋଣ ମଞ୍ଜୁର କରିଛି, ହେଲେ ସର୍ତ୍ତ ସମ୍ବଳିତ ଏ ଋଣ ଏବେ ଯାଏଁ ପାକିସ୍ତାନ ଷ୍ଟେଟବ୍ୟାଙ୍କ ଯାଏଁ ବି ପହଞ୍ଚି ପାରିନି ।

କେବଳ ଏତିକି ନୁହେଁ, ମିଡ଼ିଆ ରିପୋର୍ଟ କହୁଛି ୧୪ ବିଲିୟନ ଆମେରିକିୟ ଡ଼ଲାରର ଋଣକୁ କମେଇବା ପାଇଁ ପାକିସ୍ତାନ ହାଲତ ପୁରାପୁରି ଟାଇଟ ହେଲାଣି । ପାକିସ୍ତାନ ବେଜିଂର ବିତ୍ତୀୟ ଅଧିକାରୀଙ୍କ ଠାରୁ ଋଣର ପୁର୍ନନିର୍ଧାରଣ କହିବା ଆବଶ୍ୟକ ବୋଲି ସମୀକ୍ଷକ ମତ ପ୍ରକାଶ କଲେଣି ।

ଷ୍ଟେଟବ୍ୟାଙ୍କ ଅଫ ପାକିସ୍ତାନ ଉପରେ ଚାପ ବଢିଚାଲିଛି । ଏପ୍ରିଲରେ ଅନ୍ତରାଷ୍ଟୀୟ ମୁଦ୍ରାକୋଷ ପାକିସ୍ତାନକୁ ଚେତାବନୀ ଦେବା ପୂର୍ବରୁ ପାକିସ୍ତାନରେ ସ୍ତିରତା ଆସିବା ନିହାତି ଆବଶ୍ୟକ। କୁହାଯାଉଛି ୮୦ ପ୍ରତିଶତ ଅଧିକ  ଋଣରେ ଜିଡ଼ିପି ଅନୁପାତରେ  ଖୁବଶୀଘ୍ର ଶ୍ରୀଲଙ୍କାକୁ ଟପିଯିବ ପାକିସ୍ତାନ। ଯାହାର ପରିଣାମ ପାକିସ୍ତାନର ଦେଶବାସୀ ଭୋଗିବେ ।