Sunday, October 11, 2026
Home ଅପରାଧ ଯୁବତୀଙ୍କଠାରୁ 10 ହଜାର ସହ ମୋବାଇଲ୍ ଚୋରିକରି ମାରୁଥିଲେ ଚମ୍ପଟ

ଯୁବତୀଙ୍କଠାରୁ 10 ହଜାର ସହ ମୋବାଇଲ୍ ଚୋରିକରି ମାରୁଥିଲେ ଚମ୍ପଟ

14

ବାଲେଶ୍ୱର, ୦୭/୧୨/୨୧ ( ଜିଲ୍ଲା ଖବର ) : ଚୋରି କରି ଧରା ପଡି ଛେଚା ଖାଇଲେ ଦୁଇ ଯୁବକ।  ବ୍ୟାଙ୍କରୁ ଯୁବତୀ ଜଣଙ୍କ ଦଶ ହଜାର ଟଙ୍କା ଉଠାଇ ଘରକୁ ସାଇକେଲ ଯୋଗେ ଫେରୁଥିବା ବେଲେ ଯୁବତୀଙ୍କଠାରୁ 10 ହଜାର ଟଙ୍କା ସହ ମୋବାଇଲ୍ ଚୋରିକରି ଚମ୍ପଟ ମାରିଥିଲେ। 

ଦୁଇ ଯୁବକଙ୍କୁ ପିଛା କରି ତାକୁ ବାନ୍ଧି ପୋଲିସ ଜିମାରେ ଦେଲେ ଅଞ୍ଚଳ ଲୋକେ ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହିତ ଦୁଇ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି।