ପୋଖରୀ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

8

ଭଦ୍ରକ, ୦୭/୧୨/୨୧ ( ଜିଲ୍ଲା ଖବର ) : ପୋଖରୀ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ନାଇକାଣିଡିହି ଥାନା ରାଜଘର ପୋଖରୀ ମହାପାତ୍ର ସାହିରେ ଘଟିଛି ଦୁର୍ଘଟଣା । ମୃତ ଯୁବକ ଜଣକ ସେହି ଗାଁର ବନମାଳୀ ମହାନ୍ତି ବୋଲି ଜଣାପଡିଛି । ଘଟଣା ଅନୁଯାଇ, ଗତ ଶୁକ୍ରବାର ବଜାରକୁ ପରିବା ଆଣିବାକୁ ଯାଇ ଘରକୁ ଆଉ ଫେରିନଥିଲେ ବନମାଳୀ ।

ତେବେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ପହଂଚି ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।