Home ଅପରାଧ ଏକକାଳୀନ ୩ରୁ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ

ଏକକାଳୀନ ୩ରୁ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ

8

ଗଜପତି, ୦୭/୧୨/୨୧ ( ଜିଲ୍ଲା ଖବର ) : ଭିଜିଲାନ୍ସ ଜାଲରେ ଫରେଷ୍ଟର । ଗଜପତି ନାରାୟଣପୁର ରେଞ୍ଜର ରାୟଗଡ଼ ବ୍ଲକରେ କାର୍ଯ୍ୟରତ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ କରାଯାଇଛି ।

ହରିଚନ୍ଦ୍ରପୁର ସ୍ଥିତ ବାସଭବନ ସହ ପାରଳାଖେମୁଣ୍ଡି ସ୍ଥିତ ଘରେ ରେଡ୍ ଚାଲିଛି । ଏକକାଳୀନ ୩ରୁ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟର ଗଣେଶ ପ୍ରଧାନଙ୍କ ରେଡ୍ ହୋଇଛି ।

ଚଢାଉ ହେଉଥିବା ସ୍ଥାନଗୁଡ଼ିକ ମଧ୍ୟରେ  ପାରଳାଖେମୁଣ୍ଡି ଗାନ୍ଧୀ ନଗର, ହରିଶ୍ଚନ୍ଦ୍ର ପୁର ପୈତୃକ ବାସଭବନ, ପାତପାଟନା ସ୍ଥିତ ବାସଭବନ ରହିଛି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।