Thursday, October 15, 2026
Home ଆଞ୍ଚଳିକ ତାନଞ୍ଜାନିଆର ଏହି ଦୁଇ ଭାଇ-ଭଉଣୀ ଭାରତରେ ସୁପରହିଟ୍

ତାନଞ୍ଜାନିଆର ଏହି ଦୁଇ ଭାଇ-ଭଉଣୀ ଭାରତରେ ସୁପରହିଟ୍

25

୦୬/୧୨/୨୧ (ଜିଲ୍ଲା ଖବର ) :  କୁହନ୍ତି ଯଦି ସଙ୍ଗୀତ ପ୍ରତି ସେତିକି ଭଲ ପାଇବା ଥାଏ ତେବେ ଭାଷା କେବେ ପ୍ରତିବନ୍ଧକ ସାଜେନା । ସେ ଯେ କୌଣସି ଭାଷା ହେଉନା କାହିଁକି ଇଚ୍ଛା ଥିଲେ ତାକୁ ଶିଖି ହୁଏ । ହଁ ଟିକେ କଷ୍ଟ ହେଇପାରେ କିନ୍ତୁ ଏହା ଅସମ୍ଭବ ନୁହେଁ । ଏ କଥା ଆମେ ଏଥିପାଇଁ କହୁଛୁ କାରଣ ଏଇ କିଛିଦିନ ଧରି ତାନଞ୍ଜାନିଆର ଦୁଇ ଭାଇ-ଭଉଣୀଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । କିଲ୍ଲୀ ପୌଲ ଓ ନିମା ପୌଲ । ତାନଞ୍ଜାନିଆର ଏହି ଦୁଇ ଭାଇ-ଭଉଣୀ ଏବେ ଭାରତରେ ସୁପର ହିଟ୍ ।

ବଲିଉଡ ଠାରୁ ଆରମ୍ଭ କରି ସାଧାରଣ ଲୋକେ ତାଙ୍କ ରିଲ୍ସକୁ ବହୁତ ପ୍ରଶଂସା କରୁଛନ୍ତି । ବଲିୁଉଡ ଗୀତରେ ତାଙ୍କର ଲିପ୍ସିଂ ଓ ଅଭିନୟ ଲୋକଙ୍କୁ ମନ ଛୁଇଁଛି । ସୋସିଆଲ ମିଡିଆରେ ତାଙ୍କ ଭିଡିଓ ମିଲିଅନ ମିଲିଅନ ଛୁଇଁଛି । ଏମିତିକି ବଲିଉଡ ଅଭିନେତା ଅଭିନେତ୍ରୀ ମଧ୍ୟ ତାଙ୍କ ଭିଡିଓ ସେୟାର କରୁଥିବା ଦେଖିବାକୁ ମିଳୁଛି ।

ତାନଞ୍ଜାନିଆର ହୋଇ ବି ହିନ୍ଦି ଭାଷାକୁ ବୁଝି ତାକୁ ନେଇ କିପରି ଏତେ ସୁନ୍ଦର ଭାବରେ ରିଲ୍ସ ବନାଉଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏପରିକି ପ୍ରଶଂସକମାନେ ଏହା ମଧ୍ୟ ଦାବି କରୁଛନ୍ତି ଯେ ତାଙ୍କୁ ଶୀଘ୍ର ବଲିଉଡରେ କିଛି କାମ ଦିଆଯାଉ । ଏପରି ନିକଟରେ ଏକ ନିର୍ଦ୍ଧିଷ୍ଟ ରେଡିଓ ଚ୍ୟାନେଲ ମଧ୍ୟ ତାଙ୍କର ଇଣ୍ଟରଭ୍ୟୁ ନେଇଥିଲେ ।  ଯେଉଁଥିରେ ସେ କଥା ହେବାର କିଛି ସମୟ ପରେ ଯୋଡି ହୋଇଥିଲେ ବଲିଉଡର ଫେମସ ସିଙ୍ଗର ଜୁବିନ ନୌଟିଆଲ । ଯାହଙ୍କ ରାତ ଲମ୍ବିଆ ଗୀତ ଲିପ୍ସିଂ କରିବା ପରେ ରାତାରାତି ଫେମସ ହୋଇଥିଲେ ।  ଆଉ ଯେତେବେଳେ ତାଙ୍କ ସହ କଥା ହେବାର ସୁଯୋଗ ପାଇଥିଲେ ସେତେବେଳେ ଫ୍ୟାନ ମୁମେଣ୍ଟ ମଧ୍ୟ ଦେଖିବା ଭଳି ଥିଲା ।  

ତେବେ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଏବେ ଗୁଗୁଲ ରେ ଖୁବ ସର୍ଚ୍ଚ କରୁଛନ୍ତି ପ୍ରଶଂସକମାନେ ।

ଦୁଇ ଭାଇ ଭଉଣୀ କିଲ୍ଲୀ ଓ ନିମା ପୌଲ । ଉଭୟ ଚାନଞ୍ଜାନିଆରେ ରୁହନ୍ତି ।  କିଲ୍ଲୀଙ୍କ ବୟସ 26 ବର୍ଷ ହୋଇଥିବା ବେଳେ ନିମାଙ୍କ ବୟସ ହେଉଛି 23 ବର୍ଷ । ନିମା ଘରେ ରହୁଥିବାବେଳେ କିଲ୍ଲୀ ହେଉଛନ୍ତି ଜଣେ ଚାଷୀ । ହେଲେ ବଲିଉଡ ଗୀତ ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା । ସେଥିପାଇଁ ଚାଷରୁ ସମୟ କାଢି ସେ କିଛି କିଛି ଗୀତ ପ୍ରସ୍ତୁତ କରନ୍ତି, ଆଉ ତା ପରେ ରିଲ୍ସ ବନାଇଥାନ୍ତି ।

ଲିପ୍ସିଂ ପାଇଁ ଭାରତରେ ସେମାନେ ଯେତେ ପ୍ରସିଦ୍ଧ ତାଙ୍କ ବେଶଭୂଷା ମଧ୍ୟ ଲୋକଙ୍କୁ ବେଶ ଆକୃଷ୍ଟ କରିଛି । ସେମାନେ ପିନ୍ଧିଥିବା ଅଳଙ୍କାର , ଡ୍ରେସକୁ ଲୋକେ ଖୁବ ପସନ୍ଦ କରୁଛନ୍ତି ।

ଏକ ଇଣ୍ଟରଭ୍ୟୁରେ କିଲ୍ଲୀ କହିଥିଲେ ଯେ ତାଙ୍କୁ ଗୋଟେ ବଲିଉଡ ଗୀତ ମନେ ରଖିବାକୁ ଦୁଇ ଦିନ ଲାଗେ । ଆଉ ହିନ୍ଦୀ ଗୀତ ପ୍ରତି ତାଙ୍କର ଦୁର୍ବଳତା ଥିବାରୁ ସେ ଗୀତ ବୁଝିପାରିଆନ୍ତି । ଓ ସେହି ହିସାବରେ ଲିପ୍ସିଂ କରିଥାନ୍ତି ବୋଲି କହିଛନ୍ତି କିଲ୍ଲୀ ।

କିଲ୍ଲୀଙ୍କ ଇଂଷ୍ଟାଗ୍ରମରେ  ଫଲୋଅର୍ସ ଅଛନ୍ତି 180k । ପୂର୍ବରୁ ତାଙ୍କ ଭଉଣୀଙ୍କର ଆକାଉଣ୍ଟ ନଥିଲା । ହେଲେ କିଲ୍ଲୀ କହିଥିଲେ ଯେଉଁଦିନ ତାଙ୍କ ଫଲୋଅର୍ସ 100k ହୋଇଯିବ, ସେହିଦିନ ସେ ନିମାଙ୍କର ମଧ୍ୟ ଏକ ଆକାଉଣ୍ଟ ଖୋଲିବେ । ସେ କଥା ରଖିଲେ ମଧ୍ୟ । ଏବେ ନିମାଙ୍କ ଫଲୋଅର୍ସ ହେଉଛନ୍ତି 2,500 ।

କିଲ୍ଲୀ କୁହନ୍ତି ବଲିଉଡରେ ତାଙ୍କୁ ସଲମାନ ଖାନ ଓ ହ୍ରିତିକ ରୋସନ ଖୁବ ଭଲ ଲାଗନ୍ତି । ସେହିପରି ନିମା ଙ୍କ ପସନ୍ଦର ହିରୋ ହେଉଛନ୍ତି ହ୍ରିତିକ ରୋଶନ ।  ବଲିଉଡରୁ ଯଦି ତାଙ୍କୁ କିଛି ଅଫର ଆଶେ ତେବେ ହାତ ଛଡା କରିବେ ନାହିଁ ବୋଲି କହିଛନ୍ତି କିଲ୍ଲୀ ।

ବଲିଉଡର କ୍ରେଜ୍ ସମଗ୍ର ବିଶ୍ୱରେ ରହିଛି ।  ଏପରି ନଜିର ରହିଛି ଅନେକ ବିଦେଶୀଙ୍କୁ ବଲିଉଡରେ ଏଣ୍ଟ୍ରି ମିଳିଛି । ତେବେ ଶୁଣିବାକୁ ମିଳୁଛି ଏମାନଙ୍କୁ ମଧ୍ୟ ଖୁବ ଶୀଘ୍ର ବଲିଉଡରେ ଦେଖିବାକୁ ମିଳିବ ।