ଆଜି ୧୨ ଘଣ୍ଟିଆ ମଦନପୁର-ରାମପୁର ବନ୍ଦ

6

କଳାହାଣ୍ଡି,୦୬/୧୨/୨୧ (ଜିଲ୍ଲା ଖବର ) :  ଆଜି୧୨ ଘଣ୍ଟିଆ ମଦନପୁର-ରାମପୁର ବନ୍ଦ। କଳାହାଣ୍ଡି ଏମ୍‌.ରାମପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା ଦେଇଛି। ଫଳରେ ରାମପୁର-ଭୁବନେଶ୍ବର, ରାମପୁର-ଭବାନୀପାଟଣା ଏବଂ ବଲାଙ୍ଗିରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। ମଦନପୁର ରାମପୁର କର୍ଲାମୁଣ୍ଡା ଓ ନର୍ଲା ଅଞ୍ଚଳରେ ଆଦିବାସୀ ସମୂହ ଏକଜୁଟ ହୋଇ ଏହି ଦାବି କରିଛନ୍ତି । 

ଉପଖଣ୍ଡ ମାନ୍ୟତା ଦାବିରେ ଏକ ମାସ ଧରି  ରାମପୁର ତହସିଲ ଅଫିସ ନିକଟରେ  ଅନଶନ କରିଥିଲେ ସ୍ଥାନୀୟ ବାସିନ୍ଦା।  ସମସ୍ତ ଦୃଷ୍ଟି କୋଣରୁ ମଦନପୁର ରାମପୁରରେ ରାଜସ୍ୱ ଉପଖଣ୍ଡ  କରାଯିବାର ଆବଶ୍ୟକତା ରହିଛି । ଏଥିପାଇଁ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ ହେଲା ରାଜ୍ୟ ସରକାରଙ୍କୁ ସ୍ଥାନୀୟ ଜନସାଧାରଣ ଦାବି  କରି ଆସୁଛନ୍ତି । କିନ୍ତୁ କୌଣସି ସୁଫଳ ମିଳିପାରି ନାହିଁ।