
୦୬/୧୨/୨୧ (ଜିଲ୍ଲା ଖବର ) : ବାତ୍ୟା ଜୱାଦ ଟଳିଯାଇଛି । ହେଲେ ରାଜ୍ୟରେ ଜାରି ରହିଛି ବର୍ଷା । ବର୍ଷା ଯୋଗୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଫଳରେ ପାଚିଲା ଧାନ କିଆରିରେ ଆଣ୍ଠୁଏ ଉଚ୍ଚାର ପାଣି ଲହଡ଼ି ମାରୁଛି । ଧାନ ଗଜା ହେବାକୁ ବସିଲାଣି । ସେହିପରି ପରିବା ଚାଷରେ ବି ସମାନ ଅବସ୍ଥା । ପାଣିରେ ବୁଡ଼ି ସବୁ ପନିପରିବା ନଷ୍ଟ ହେବାରେ ଲାଗିଛି ।
ସେପଟେ ବାତ୍ୟା କ୍ଷୟକ୍ଷତି ନେଇ ଜିଲ୍ଲାପାଳ ମାନଙ୍କୁ ରିପୋର୍ଟ ମାଗିଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଖୁବଶୀଘ୍ର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ । ରିଲିଫ କୋର୍ଡ ଅନୁଯାୟୀ ଚାଷୀଙ୍କୁ ମିଳିବ ସହାୟତା । ଏ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ।
ହୁଏତ ବାତ୍ୟା ଜଓ୍ୱାଦ ଏତେ କ୍ଷୟକ୍ଷତି କରିନାହିଁ, କିନ୍ତୁ ବର୍ଷା କାରଣରୁ ଅନେକ ଫସଲ ନଷ୍ଟ ହୋଇଯାଇଛି।


