
୦୬/୧୨/୨୧ (ଜିଲ୍ଲା ଖବର ) : ବାତ୍ୟା ଜୱାଦ ପରବର୍ତ୍ତୀ ବର୍ଷା 30 ପରିବାରକୁ ଦେଲା ଦୁର୍ଦ୍ଦଶା । ଗତକାଲି ରାତିରେ ହୋଇଥିବା ଲଗାଣ ବର୍ଷାରେ କୋଦଳା ଏନଏସି ର 2 ନଂ ୱାର୍ଡ ରେଞ୍ଜର ବଙ୍ଗଳା ସ୍ଥିତ ଏରୋଗୋଲା ବସ୍ତିକୁ ଯୋଗାଯୋଗ ବିଛିନ୍ନ ହୋଇଛି l
ଗତରାତ୍ରି ଠାରୁ ଏଯାବତ ବସ୍ତିରେ ପାଣି ଜମି ରହିଥିବା ବେଳେ ବସ୍ତିବାସିନ୍ଦା ନାହିଁନଥିବା ଅସୁବିଧା ଭୋଗୁଛନ୍ତି l ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଅଞ୍ଚଳକୁ ଆସି ଶୁଖିଲା ଖାଦ୍ୟ ବାଣ୍ଟିଥିବା ସୂଚନା ରହିଛି । ଏହାସହ ବ୍ରହ୍ମପୁରର କିଛି ସ୍ଥାନରେ ଲଗାଣ ବର୍ଷାରେ ଘର ଭାଙ୍ଗିଥିବା ଜଣାପଡିଛି । ଅନ୍ୟପଟେ ବାତ୍ୟା ଜୱାଦ ପ୍ରଭାବରେ ରାତି ସାରା ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କାଲିଠାରୁ ପାଗରେ ପରିବର୍ତ୍ତନ ହେବ ।


