
କନ୍ଧମାଳ,୦୬/୧୨/୨୧ (ଜିଲ୍ଲା ଖବର ) : କନ୍ଧମାଳ ବାଲିଗୁଡାରୁ ଗଞ୍ଜେଇ ଜବତ। ଗୋଟିଏ ଅଟୋରୁ 150 କିଲୋ 650 ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ। ମହାସିଙ୍ଗପଙ୍ଗା ଗ୍ରାମର ବିଦ୍ୟାଧର ମଲ୍ଲିକ ନାମକ ଜଣେ ଗଞ୍ଜେଇ ଚାଲାଣ କାରି ଗୋଟିଏ ଅଟୋରେ ଗଞ୍ଜେଇ ଭର୍ତ୍ତିକରି ଫୁଲବାଣୀକୁ ଚାଲାଣ କରୁଥିଲା।
ଏହି ସମୟରେ ବାଲିଗୁଡ଼ା ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସିନ୍ଦ୍ରି ଗାଁ ନିକଟରେ ଅଟୋ ଉପରେ ଚଢାଉ କରିଥିଲା। ଗଞ୍ଜେଇ ସହ ଅଟୋକୁ ଜବତ କରି ଚାଲାଣକାରୀ ବିଦ୍ୟାଧର ମଲ୍ଲିକ କୁ କୋର୍ଟ ଚାଲାଣ କରିଥିବା ବାଲିଗୁଡ଼ା ପୋଲିସ ପକ୍ଷରୁ ସୂଚନା ମିଳିଛି।



