Sunday, November 15, 2026
Home ଆଞ୍ଚଳିକ ସ୍ଥଳଭାଗ ନଛୁଇଁ ଚାଲିଗଲା ବାତ୍ୟା

ସ୍ଥଳଭାଗ ନଛୁଇଁ ଚାଲିଗଲା ବାତ୍ୟା

12

ଭୁବନେଶ୍ୱର, ୦୬/୧୨/୨୧ (ଜିଲ୍ଲା ଖବର ) :  ସ୍ଥଳଭାଗ ନଛୁଇଁ ଚାଲିଗଲା ବାତ୍ୟା । ଫସଲ ଉଜାଡ଼ିଦେଲା ଲଗାଣ ବର୍ଷା। ଅବପାତର ରୂପ ନେଇ ଓଡ଼ିଶା ଉପକୂଳରୁ ପଶ୍ଚିମବଙ୍ଗ ଯାଇଛି ଜୱାଦ । ଆଜି ଏହା ଆହୁରି ଦୁର୍ବଳ ହୋଇ ଅବପାତରୁ ୱେଲ୍ ମାର୍କ ଲୋ ପ୍ରେସର ପରିଣତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହୋଇପାରେ। ଏଥିପାଇଁ ଆଜି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।