ଇଲେକ୍ଟ୍ରି ତାର ଛିଣ୍ଡି ଜଳିଗଲା ବାଇକ

10

ମୟୁରଭଞ୍ଜ, ୦୬/୧୨/୨୧ (ଜିଲ୍ଲା ଖବର ) : ମୟୁରଭଞ୍ଜ ଜିଲ୍ଲା 53 ନମ୍ବର ରାଜ୍ୟ ରାଜପଥ ସାତକୋଶିଆ ମେଡ଼ିକାଲ ଛକରେ ବାଇକ ଉପରେ ଛିଣ୍ଡି ପଡିଲା ଇଲେକ୍ଟ୍ରି ତାର। ଜଳିଗଲା ବାଇକ । ଅଳ୍ପକେ ବର୍ତ୍ତିଲେ ଚାଳକ। ବାଇକ ଆରୋହୀ କୌଣସି କାମରେ ହସ୍ପିଟାଲକୁ ଆସି ଫେରିବା ସମୟରେ ଇଲେକ୍ଟ୍ରି ଖୁଣ୍ଟରୁ ଛିଣ୍ଡି ପଡିଥିଲା ତାର ।

ଯୁବକ ଜଣକ ସାତକସିଆ ପଂଚାୟତର ବାଲିଘାଟ ଗ୍ରାମର ବୋଲି ଜଣାପଡିଛି । ଯୁବକ ଜଣଙ୍କ ସାମାନ୍ୟ ଆହତ ହୋଇଥିବା ବେଳେ ବାଇକଟି ଜଳିଯାଇଥିଲା ।  ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।