

ବ୍ରହ୍ମପୁର,୧ା୧୨ (ରଞ୍ଜନ) : ସ୍ଥାନୀୟ ଯୁବ ମହିଳା ସଂଗଠନ ୟବଚ ଅନୂକଲ୍ୟରେ ଖଲିକୋଟ କଲେଜ ଷ୍ଟାଡିଅମ ପରିସରରେ ଆଜି ସ୍ଲୋଗାଲ ତଥା ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ଅବସରରେ ଅନେକ ସଂଖ୍ୟାରେ ଯୁବକ ଯୁବତୀ, ବୁଦ୍ଧିଜୀବୀ, ମହିଳା, ଛାତ୍ର ଛାତ୍ରୀ ମାନେ ଯୋଗଦେଇ ଓ୍ବାଇ.ଡବ୍ଲୁ.ସି.ଏ ବ୍ୟାନରରେ ଏଡ୍ସ ସୋଚେଚନ ଉପରେ ସ୍ଲୋଗାନ ଲେଖିଥିଲେ l ଏହି ଅଭିଯାନର ପ୍ରାରମ୍ଭ କରି ସଙ୍ଗଠନର ଅଧ୍ୟକ୍ଷା ଲେନା ଚାନ୍ଦ କହିଥିଲେ ଯେ, “ଏହି ସ୍ଲୋଗାନ ଅଭିଯାନ ମାଧ୍ୟମରେ ଆଜିକାର ଯୁବପିଢ଼ିଙ୍କୁ ଏଡ୍ସ ସମ୍ବନ୍ଧରେ ସଚେତନ କୋରେଇବା ସଙ୍ଗେ ସଙ୍ଗେ ସେମାନେ ଯେପରି ଅନ୍ୟ ସମସ୍ତଙ୍କୁ ନିଜ ନିଜ ସ୍ତରରେ ସଚେତନ କରିବେ ଏଥିପାଇଁ ଉତ୍ସାହିତ କୋରେଇବା ହେଉଛି ଆମ ଅଭିଯାନର ମୂଳଲକ୍ଷ୍ୟ l” ଏହି କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦିକl ଇପ୍ସିତl ମହାନ୍ତି, ପ୍ରୋଗ୍ରାମ କମିଟି ସଭାନେତ୍ରୀ ରତ୍ନା କୋଟନ, ବୋର୍ଡ଼ ସଦସ୍ୟା ଅର୍ଚନା ନାୟକ, ଯୁବ କମିଟି ସଭାନେତ୍ରୀ ଭାଗ୍ୟଶ୍ରୀ ମହାରଣା ଓ ଅନ୍ୟ ସଦସ୍ୟl ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଲନlରେ ସହଯୋଗ କରିଥିଲେ l



