Monday, November 16, 2026
Home ଆଞ୍ଚଳିକ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ

54

ଗଞ୍ଜାମ, ୦୩/୧୨/୨୧(ଜିଲ୍ଲା ଖବର) ; ସମଗ୍ର ଶିକ୍ଷା,ଗଞ୍ଜାମ,ଛତ୍ରପୁର ଆନୁକୂଲ୍ୟରେ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ, ଆସିକା ତତ୍ବାବଧାନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଆସିକା ପରିସରରେ ଆସିକା ବ୍ଳକ୍ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥିଲା। ଉକ୍ତ ଦିବସକୁ ଗୋଷ୍ଠି ଶିକ୍ଷାଧିକାରୀ, ଆସିକା ଭାଷ୍କର ଲେଙ୍କା ଉଦଘାଟିତ କରି ଜାତୀୟ ଏବଂ ଆନ୍ତଜାତୀୟ ସ୍ତରରେ ବିଭିନ୍ନ ଦିବ୍ୟାଙ୍ଗ ବ୍ୟକ୍ତି ମାନେ, ବିଭିନ୍ନ ସ୍ତରରେ ସେମାନେ କିପରି କୃତିତ୍ବ ହାସଲ କରି ଆସନ୍ତା ପିଢି ପାଇଁ ପ୍ରେରଣାର ପାତ୍ର ହୋଇପାରିଛି,ସେ ଉପରେ ଦିଗଦର୍ଶନ୍ ଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମନରେ ଏକ ନୂତନ ଆଶାକୁ ଉଜ୍ଜାବିତ କରାଯାଇଥିଲା। ସମ୍ମାନୀୟ ଅତିଥି ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜଲି ମହାପାତ୍ର ଉପସ୍ଥିତ ରହି ଦିଦ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ସୁବିଧା ସୁଯୋଗ, ପରିବାର ଗ୍ରାମ ଏବଂ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କର ଥିବା ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ଉପରେ ଗୁରୁତ୍ବ ଆରୋପ କରିଥିଲେ। ଉକ୍ତ ଦିବସ ପାଳନ ଅବସରରେ ସହକାରି ଗୋଷ୍ଠି ଅଧିକାରୀ ଭାଗିରଥି ପାତ୍ର ଏବଂ ଭଞ୍ଜ ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କିପରି ସୁଚାରୁ ରୂପେ ସମ୍ପାଦନ ହୋଇପାରିବ ତାର ତଦାରଖ କରିଥିଲେ। ଉକ୍ତ ଦିବସରେ ୧୦ ଜଣ ଶ୍ରବଣ ବାଧିତ ଛାତ୍ରଛାତ୍ରୀ ପ୍ରତ୍ୟେକ ୨ ଟି ଲେଖାଏଁ କର୍ଣ୍ଣଯନ୍ତ୍ର, ୯ ଜଣଙ୍କୁ ସି.ପି.ହୁଇଲ ଚେୟାର, ୧ ଜଣଙ୍କୁ ସ୍ମାଟ୍ ଧଳା ବାଡି, ୧ ଜଣଙ୍କୁ ଡେଜି ପ୍ଳେୟାର, ୧୦ ଜଣଙ୍କୁ ମାନସିକ ଅନଗ୍ରସର କିଟ୍ ପ୍ରଦାନ କରାଯାଇଥିଲା। ଉକ୍ତ ଦିବସରେ ଆସିକା ବ୍ଲକ ସମସ୍ତ ସି.ଆର, ସି.ସି ଏବଂ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଗୋଷ୍ଠି ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।