
ହାଟମୁନିଗୁଡା -୩-୧୨-(ଜିଲ୍ଲା ଖବର) : ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ଆଜି ବି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରିନାହିଁ । ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ପ୍ରାୟ ୨୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ପାଣି ପମ୍ପ ହାଉସ୍ ଥାଇବି ଟୋପା ଏ ପାଣି ପାଇ ପାରୁ ନାହାନ୍ତି ଗ୍ରାମବାସୀ। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତର ଗୋଇଲକଣା ଗ୍ରାମରେ । ଏହି ପମ୍ପ ହାଉସ୍ ରେ ଗୋଇଲକଣା ଓ ଦେଓଗାଁ ର ଏହି ଦୁଇଟି ଗ୍ରାମର ଲୋକମାନେ ନିର୍ଭର କରନ୍ତି ଏହି ଗୋଇଲକଣା ପମ୍ପ ହାଉସ୍ ରେ ଏହି ଦୁଇଟି ଗ୍ରାମର ମୋଟ ୧୧୦ ପରିବାର ବସବାସ କରୁଥିବା ବେଳେ ଲୋକସଂଖ୍ୟା ୪୦୦ରୁ ଉର୍ଦ୍ଧ୍ବ ଲୋକେ ବସବାସ କରନ୍ତି। ଏଠି ପମ୍ପ ହାଉସ୍ ଅଛି ହେଲେ ପାଣି ନାହିଁ। ପ୍ରାୟ ୨୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ନୂତନ ଭାବେ ତିଆରି କରାଯାଇଥିବା ପମ୍ପ ହାଉସ୍ ରୁ ଟୋପାଏ ପାଣି ପାଇ ପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମର ନଭୀନ ସାହୁ ।କାରଣ ଅଚଳ ହୋଇ ପଡି ରହିଛି ଏହି ପମ୍ପ ହାଉସ୍। ଜିଲ୍ଲା ପାଳ ଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ସରପଞ୍ଚ ଙ୍କ ପାଖକୁ ଯାଇ ଥକି ଯାଇଥିବା କହିଛନ୍ତି ଗ୍ରାମର ସମସ୍ତ ଗ୍ରାମ ବାସୀ।
ଗୋଟିଏ ନଳକୂପ ଓ ଗୋଟିଏ ସୋଲାର ପାଇପ ରହିଛି । ନଳକୂପ ରେ କେତେବେଳେ ପାଣି କମ୍ ବାହାରୁଛି ତ ଆଉ କେତେ ବେଳେ କାଦୁଅ ପାଣି ବାହାରି ଥିବା ଅଭିଯୋଗ କରିଛନ୍ତି ନଭୀନ ସାହୁ ଓ ଗ୍ରାମବାସୀ ମାନେ। ବେଳେ ବେଳେ ସୋଲାର ମଧ୍ୟ କାମ କରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଫଳରେ ବାଧ୍ୟ ହୋଇ ଗ୍ରାମଠାରୁ ଅନତି ଦୂରରେ ଥିବା ଝରଣାର ଦୂଷିତ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ । ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଦୁର୍ଗମ ଇଲାକାରେ ଫେଲ ମାରିଛି ଯୋଜନା । ଆଉ ସରକାରଙ୍କ 5T , ମୋ ସରକାର ଏଠାରେ କିଭଳି କାମ କରୁଛି ତାହା ବଡ଼ ପ୍ରଶ୍ନବାଚୀ। ଆଗାମୀ ପଞ୍ଚାୟତ ନିର୍ବାଚନ ଭିତରେ ଯଦି ଏହି ପମ୍ପ ହାଉସ୍ ରୁ ପାଣି ଯୋଗାଇ ଦିଆନଯାଏ ତାହେଲେ ଏହି ଦୁଇ ଟି ଗ୍ରାମର ଲୋକ ରାଜ ରାସ୍ତା ଅବରୋଧ କରିବା ପାଇଁ ସ୍ଥିର କରିଛନ୍ତି। ଏହି ସମ୍ପର୍କରେ ଆମେ ବିଷମକଟକ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାତ୍ର ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଅତି ଶିଘ୍ର ଗୋଇଲକଣା ପମ୍ପ ହାଉସ୍ ରୁ ପାଣି ଯୋଗାଇଦିଆଯିବ ବୋଲି କହିଛନ୍ତି।
ବିଷମକଟକରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ


