‘ଅଯଥାରେ ଘରକୁ ଆଳୁ ବୋହି ନିଅନ୍ତୁନି, ବଜାରରେ ପର୍ଯ୍ୟାପ୍ତ ପରିମାଣରେ ସାମଗ୍ରୀ ମହଜୁଦ ଅଛି’

36

୦୩/୧୨/୨୧ (ଜିଲ୍ଲା ଖବର ) :  ମାଡି ଆସୁଛି ବାତ୍ୟା ଜୱାଦ । ପାରାଦୀପ ଠାରୁ ବର୍ତ୍ତମାନ 760 କି.ମି ଦୂରରେ ଅଛି ଜୱାଦ । ୪ ତାରିଖ ସନ୍ଧ୍ୟା ଓ ୫ ତାରିଖ ସକାଳ ଭିତରେ ଉପୂକଳ ଛୁଇଁପାରେ ବାତ୍ୟା । ତେବେ ଏନେଇ ଏସଆରସି କହିଛନ୍ତି  ଅଯଥାରେ ଲୋକେ ଅଧିକ ବଜାରରୁ ସାମଗ୍ରୀ କିଣନ୍ତୁ ନାହିଁ ।

ମାର୍କେଟରେ ଆବଶ୍ୟକ ସାମଗ୍ରୀ ରହିଛି । ଭୟଭୀତ ନ ହୋଇ ସତର୍କ ରୁହନ୍ତୁ । ଆସନ୍ତାକାଲି  ଅପରାହ୍ନରୁ ପବନର ବେଗ ବଢିବ । ବାହାରେ ଲୋକେ ନ ବୁଲିବା ପାଇଁ ଅନୁରାଧ କଲେ ଏସାଆରସି । ସମୁଦ୍ର କୁଳ ଏବଂ ସମୁଦ୍ର ଭିତରକୁ ଯିବାକୁ ମନା ।  ମାଛ ଧରିବା ମଧ୍ୟ ୨ ଦିନ ବନ୍ଦ ରହିବ । ପବନ ବେଗ ବଢିବ । ସ୍କୁଲ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ଖୋଲା ରହିବ । ପାଖ କୋଠାଘର ଏବଂ ଛାତ ଘର ଲୋକେ ଆଶ୍ରୟ ନେବେ ।

ଗଞ୍ଜାମ, ପୁରୀ ବର୍ଡର ଯେ କୌଣସି ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ୨୦୦ ମିମି ବର୍ଷା ହୋଇପାରେ। ଜଳବନ୍ଦୀ ହୋଇପାରେ କିନ୍ତୁ ନଇବଢି ହେବାର ସମ୍ଭାବନା ନାହିଁ।ପୁରୀ, ଜଗତସିଂହପୁର ଓ ଖୋର୍ଧାକୁ ବିଶେଷ ଗୁରୁତ୍ୱ ।