Sunday, November 15, 2026
Home ଆଞ୍ଚଳିକ ମାଳଦୀପରେ ନିଆଁ ଲଗାଇଲେ ମଲାଇକା

ମାଳଦୀପରେ ନିଆଁ ଲଗାଇଲେ ମଲାଇକା

15

ନୂଆଦିଲ୍ଲୀ, ୦୩/୧୨/୨୧ (ଜିଲ୍ଲା ଖବର ) : ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା । ତାଙ୍କର ଫଟୋ ହେଉ ବା ଭିଡିଓ, ଆସିବା ମାତ୍ରେ ସୋସିଆଲ ମିଡିଆରେ ଛାଇ ଯାଏ । ସେ ତାଙ୍କର ଫିଟନେସ ଏବଂ ବୋଲ୍ଡ ଅନ୍ଦାଜରେ  ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଠିକ୍ ସେମିତି ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯେଉଁଥିରେ ସେ ମାଳଦୀପରେ ମସ୍ତି କରୁଥିବା ନଜର ଆସୁଛନ୍ତି ।

ସେ ତାଙ୍କ ଇନଷ୍ଟାଗ୍ରାମରେ ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଟୁ-ପିସରେ ଭିନ୍ନ ଭିନ୍ନ ପୋଜରେ ନଜର ଆସୁଛନ୍ତି । କେବଳ ମଲାଇକା ନୁହଁନ୍ତି, ଅଭିନେତା ଅର୍ଜୁନ କପୁର ମଧ୍ୟ ଇନଷ୍ଟା ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ବିଚ୍ କୂଳରେ ବସି, ପଛପଟରୁ ପୋଜ ଦେଇଥିବା ନଜର ଆସୁଛନ୍ତି । ତେବେ ଦୁହିଁଙ୍କର ଫଟୋ ଦେଖିବା ପରେ, ଦୁହେଁ ସାଥିହୋଇ ଭ୍ୟାକେସନରେ ଯାଇଛନ୍ତି ବୋଲି ଲୋକେ ଟୁପୁରୁ ଟାପୁରୁ ହେଉଛନ୍ତି ।  ତେବେ ଦୁହିଁଙ୍କର ଏହି ଫଟୋ ଏବେ , ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହିତ, ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।