Sunday, November 15, 2026
Home ଆଞ୍ଚଳିକ କ୍ୟାଟଙ୍କ ବିବାହରେ ସଲମାନଙ୍କ ପରିବାର ଯୋଗ ଦେବା ନେଇ , ଏମିତି କହିଲେ ଅର୍ପିତା

କ୍ୟାଟଙ୍କ ବିବାହରେ ସଲମାନଙ୍କ ପରିବାର ଯୋଗ ଦେବା ନେଇ , ଏମିତି କହିଲେ ଅର୍ପିତା

14

ନୂଆଦିଲ୍ଲୀ, ୦୩/୧୨/୨୧ (ଜିଲ୍ଲା ଖବର ) : ଆସନ୍ତା ୯ ତାରିଖରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ଯୋର ଧରିଛି । ସେ ଅଭିନେତା ବିକି କୌଶଲଙ୍କ ହାତ ଧରିବେ ବୋଲି କୁହାଯାଉଛି । ଖବର ଅନୁଯାୟୀ, ଏହି ଯୋଡି ରାଜସ୍ଥାନର ସଓ୍ବାଇ ମାଧୋପୁରର ରିଜର୍ଟର ସିକ୍ସ ସେନ୍ଦ ଫୋର୍ଟରେ ବିବାହ କରିବେ । ତେବେ ତାଙ୍କ ବିବାହରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେବାର ସୂଚନା ମିଳିଛି ।

ଏହା ସହିତ ଏହି ସେଲେବ୍ରିଟି ନିଜ ବିବାହ ପାଇଁ ଏସ୍‌ଓପି ମଧ୍ୟ ଜାରି କରିଥିବା ନେଇ ସୂଚନା ମିଳିଛି। ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଅତିଥି ତାଲିକା ଯାଏଁ, ସବୁ କିଛି ସ୍ଥିର ହୋଇ ସାରିଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ,ବଲିଉଡର ଭାଇଜାନ ସଲମାନ୍ ଖାନଙ୍କ ପରିବାର କ୍ୟାଟଙ୍କ ବିବାହରେ ସାମିଲ ହେବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ଆଉ ଏହାକୁ ନେଇ ମୁହଁ ଖୋଲିଛନ୍ତି ଭାଇଜାନଙ୍କ ଭଉଣୀ ଅର୍ପିତା ଖାନ୍ ।

ବିକି-କ୍ୟାଟଙ୍କ ବିବାହରେ ଖାନ୍‌ ପରିବାରର କେଉଁ ସଦସ୍ୟ ଉପସ୍ଥିତ ରହିବେ, ପଚରା ଯିବାରୁ ଅର୍ପିତା ଓ ଅଲଭିରା କହିଛନ୍ତି ଯେ, ଏ ଯାଏଁ ତାଙ୍କୁ କୌଣସି ପ୍ରକାରର ନିମନ୍ତ୍ରଣ ପତ୍ର ମିଳି ନାହିଁ । ତେଣୁ ସେମାନେ ବିବାହରେ ଯୋଗ ଦେବା ନେଇ କିଛି ନିଷ୍ପତ୍ତି ହୋଇନି ବୋଲି ମୁହଁ ଖୋଲିଛନ୍ତି ଅର୍ପିତା ।