
୦୩/୧୨/୨୧ (ଜିଲ୍ଲା ଖବର ) : ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନାଙ୍କ ପ୍ରେସମିଟ୍ । ପୁରୀ ଜିଲ୍ଲାର କୌଣସି ଏକ ସ୍ଥାନରେ ଉପକୂଳ ଛୁଇଁପାରେ ସାମୁଦ୍ରିକ ଝଡ଼ । ଆସନ୍ତା 10 ଘଣ୍ଟା ଭିତରେ ଲଘୁଚାପ ବାତ୍ୟାର ରୂପ ନେଇପାରେ । ପରାଦୀପଠୁ 760 କିମି ଦୂରରେ ଏହା ରହିଛି । ଲ୍ୟାଣ୍ଡଫଲ ବେଳକୁ ୯୦ରୁ ୧୧୦ କିମି ପବନ ବେଗ ରହିପାରେ । ୪ ତାରିଖ ସନ୍ଧ୍ୟା ଓ ୫ ତାରିଖ ସକାଳ ଭିତରେ ଉପୂକଳ ଛୁଇଁପାରେ ।
ଏହାର ପ୍ରଭାବରେ ଗଂଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁରରେ ଅଧିକ ପ୍ରଭାବ ପଡିବ । ପୁରୀ ଓ ଜଗତସିଂହପୁରରେ ଘଣ୍ଟାକୁ ୧୦୦ କିମି ବେଗରେ ପବନ ବହିବ । କାଲି ବର୍ଷା ଅଧିକ ରହିବ । ଜଗତସିଂହପୁର ଓ ପୁରୀକୁ ଓଡ୍ରାଫ ଟିମ ଯିବେ ।
ଗଂଜାମ, ପୁରୀ, ଚିଲିକା ପାର୍ଶ୍ବବର୍ତ୍ତୀ ଅଞ୍ଚଳ କଟକ ନିଆଳି ତଳିଆ ଅଞ୍ଚଳରେ ଥିବା କଚ୍ଚା ଘରୁ ଲୋକଙ୍କୁ ନେବା ପାଇଁ କୁହାଯାଇଛି । ଜିଲ୍ଲାପାଳ ପରିସ୍ଥିତି ଉପରେ ନଜର ରଖିବେ । ସାମୟିକ ଭାବେ ବିଦ୍ୟୁତ କଟାଯାଇପରେ । ୨ ଦିନ ପାଇଁ ପାଣି ସଂଗ୍ରହ କରି ରଖିବାକୁ ଲୋକଙ୍କୁ ପରାମର୍ଶ ।



