Thursday, November 12, 2026
Home ଆଞ୍ଚଳିକ ୪୬ ବର୍ଷିୟ ଓମିକ୍ରନ୍ ସଂକ୍ରମିତଙ୍କ ନାହିଁ କୌଣସି ଟ୍ରାଭେଲ୍ ହିଷ୍ଟ୍ରି, କର୍ଣ୍ଣାଟକରୁ ହୋଇଥିଲେ ଚିହ୍ନଟ

୪୬ ବର୍ଷିୟ ଓମିକ୍ରନ୍ ସଂକ୍ରମିତଙ୍କ ନାହିଁ କୌଣସି ଟ୍ରାଭେଲ୍ ହିଷ୍ଟ୍ରି, କର୍ଣ୍ଣାଟକରୁ ହୋଇଥିଲେ ଚିହ୍ନଟ

17
Syringes with needles are seen in front of a displayed stock graph and words "Omicron SARS-CoV-2" in this illustration taken, November 27, 2021. REUTERS/Dado Ruvic/Illustration

ନୂଆଦିଲ୍ଲୀ, ୦୩/୧୨/୨୧ (ଜିଲ୍ଲା ଖବର ) : ବିଶ୍ୱରେ କରୋନାର ନୁତନ ଭାରିଆଣ୍ଟ ରକେଟ୍ ବେଗରେ ମାଡ଼ି ଚାଲିଛି । ଇତି ମଧ୍ୟରେ ଭାରତରେ ମଧ୍ୟ ସଂକ୍ରମଣ ବ୍ୟାପିସାରିଲାଣି । ଗତକାଲି ଦୁଇ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଟେଷ୍ଟ ପରେ ସେମାନଙ୍କ ଠାରେ ଓମିକ୍ରନ୍ ଭାରିଆଣ୍ଟ ଦେଖିବାକୁ ମିଳିଥିଲା । ତେବେ ଉକ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସ୍ୱାସ୍ଥ୍ୟ କର୍ମୀ ରହିଥିବା ବେଳେ ତାଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ । ଏନେଇ ସରକାରୀ ସୁତ୍ରରୁ ତଥ୍ୟ ପ୍ରକାଶ ପାଇଛି ।

ଏହି ୪୬ ବର୍ଷିୟ ସ୍ୱାସ୍ଥ୍ୟ କର୍ମୀଙ୍କ କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନଥିବା ବେଳେ ଏହାକୁ ନେଇ ଏବେ ଚିନ୍ତା ଦ୍ୱିଗୁଣିତ ହୋଇଛି । କାରଣ ତାଙ୍କ ଦ୍ୱାରା ଅନ୍ୟ ଲୋକ ମାନଙ୍କୁ ମଧ୍ୟ ସଂକ୍ରମଣ ବ୍ୟାପିବାରେ ବୋଲି ଏବେ ଆଶଙ୍କା ପ୍ରକାଶ ପାଇଛି । ନଭେମ୍ବର ୨୨ ତାରିଖରେ ସାମ୍ପଲ୍ ସଂଗ୍ରହ କରାଯାଇଥିଲା । ତାଙ୍କଠାରେ ଜ୍ୱର ଓ ଶରୀରରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା । ଯେତେବେଳେ ତାଙ୍କର ଆରଟିପସିଆର୍ ଟେଷ୍ଟ କରାଯାଇଥିଲା ସେଥିରୁ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ଓ ପରେ ତାଙ୍କ ନମୁନାକୁ ଜିନୋମ୍ ସିକ୍ୱେସିଂକୁ ପଠାଇ ଦିଆଯାଇଥିଲା । ଏହାପରେ ତାଙ୍କ ନମୁନାରେ ଓମିକ୍ରନ୍ ଭାରିଆଣ୍ଟ ଠାବ ହୋଇଥିଲା । ବର୍ତ୍ତମାନ ସେ ଘରେ ଆଇସୋଲେସନ୍ ରେ ରହିଛନ୍ତି ।

ସୂଚନା ଯେ, ତାଙ୍କ ସଂସ୍ପର୍ଶରେ ୨୦୦ରୁ ଅଧିକ ଜଣ ଆସିଛନ୍ତି । ପ୍ରାଥମିକ ସଂସ୍ପର୍ଶରେ ୧୩ ଜଣ ଆସିଥିବା ବେଳେ ସେକେଣ୍ଡାରୀ କଣ୍ଟାକ୍ଟରେ ୨୦୫ ଜଣ ଆସିଛନ୍ତି । ବର୍ତ୍ତମାନ ସମସ୍ତେ ହୋମ୍ ଆଇସୋଲେସନ୍ ରେ ରହିଛନ୍ତି । ତେବେ ଅନ୍ୟ ଜଣେ ମଧ୍ୟ ୬୬ ବର୍ଷିୟ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତ ଆଇସୋଲେସନ ରେ ରହିଛନ୍ତି । ସେ ସାଉଥ୍ ଆଫ୍ରିକାରୁ ଫେରିଥିଲେ । ବେଙ୍ଗାଲୁରୁ ଏୟାରପୋର୍ଟରେ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା ।