
ନୂଆଦିଲ୍ଲୀ , ୦୩/୧୨/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତ୍ରୀ ମୌନି ରାୟଙ୍କୁ କିଏବା ନଜାଣେ । ସେ ତାଙ୍କର ଦମଦାର ଅଭିନୟ ସହିତ , ତାଙ୍କର ଷ୍ଟାଇଲରେ ସମସ୍ତଙ୍କ ହୃଦୟରେ ରାଜ୍ କରନ୍ତି । ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ୍ ମୌନି । ଅନେକ ସମୟରେ ସେ ଫଟୋ, ଭିଡିଓ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ତାଙ୍କର ଟିକିଏ ଝଲକ ଦେଖିବା ପାଇଁ ଫ୍ୟାନ୍ସ ମଧ୍ୟ ଚାହିଁ ରହି ଥାଆନ୍ତି ।
ତେବେ ନିକଟରେ ମୌନି ସୋସିଆଲ ମିଡିଆରେ ତାଙ୍କର କିଛି ଲାଟେଷ୍ଟ ଫଟୋସୁଟର ଫଟୋ ସେୟାର କରିଛନ୍ତି । ଯାହାକୁ କିଛି ୟୁଜର୍ସ ପସନ୍ଦ କରୁଥିବା ବେଳେ, ଆଉ କିଛି ଏହି ଫଟୋକୁ ନେଇ ତାଙ୍କୁ ଟ୍ରୋଲ କରୁଛନ୍ତି । ଏହି ଫଟୋରେ ସେ ଲେଦର ଆଉଟଫିଟରେ ନଜର ଆସୁଛନ୍ତି । ଏହା ସହିତ ସେ ବେକରେ କେତେଗୁଡିଏ ଚେନ୍ ମଧ୍ୟ ପକାଇଥିବା ନଜର ଆସୁଛନ୍ତି । ତେବେ ତାଙ୍କର ଏହି ଆଉଟଫିଟ ଏବଂ ପୋଜକୁ ନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି । ସମସ୍ତେ ତାଙ୍କର ଏହି ଫଟୋରେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।


