
୦୩/୧୨/୨୧ (ଜିଲ୍ଲା ଖବର ) : ଗଭୀର ଅବପାତରେ ପରିଣତ ହେଲା ଅବପାତ । ୧୨ ଘଣ୍ଟାରେ ବାତ୍ୟା ରୂପ ନେବା ସମ୍ଭାବନା। ଏହି ଅବପାତ ଗୋପାଳପୁରରୁ ଦକ୍ଷିଣ ପୂର୍ବରେ ୬୭୦କିମି ଏବଂ ପାରାଦ୍ୱୀପରୁ ୭୬୦ କିମି ଦୂରରେ ରହିଛି । କାଲି ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୩୦କିମି ବେଗରେ ଗତି କରୁଛି ।
ସେପଟେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ୧୭ NDRF, ୬୦ ଓଡ୍ରାଫ୍ ଓ ୧୭୨ ଅଗ୍ନିଶମ ବାହିନୀ ମୁତୟନ ହେବେ। ଗଞ୍ଜାମରେ ୪୫, ପୁରୀରେ ୨୩ ଓ ଖୋର୍ଦ୍ଧାରେ ୨୧ ଟିମ୍ ମୁତୟନ ହେବେ।
ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି। ସମୁଦ୍ର କୂଳିଆ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଏସଆରସି। ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲ୍ଲାକୁ ସତର୍କ କରାଯାଇଛି।


