
ଧରାକୋଟ (ଜିଲ୍ଲା ଖବର) : ଧରାକୋଟ ବ୍ଲକ ଅନ୍ତର୍ଗତ କଳାସୁତା ଗ୍ରାମ ନିକଟରେ ଥିବା ଶ୍ରୀ ଶ୍ରୀ ଗୁରୁକୃପା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀ ଶ୍ରୀ ଭକ୍ତରାଜ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ। ପ୍ରାୟ ପାଞ୍ଚ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ରଙ୍ଗୋଲିରେ ପାଦୁକା କରାଯିବା ସହ ବିଭିନ୍ନ ପ୍ରକାରର ତୋରଣ ଏବଂ ଅତି ସୁନ୍ଦର ପୂଜାମଣ୍ଡପ ମାଧ୍ୟମରେ ଉକ୍ତ ଉତ୍ସବର ଶୋଭା ସମସ୍ତ ଭକ୍ତଙ୍କୁ ବିମୋହିତ କରିଥିବା ଜଣାପଡିଛି। ସୁନ୍ଦର ହନୁମାନ ମୂର୍ତ୍ତି ନିର୍ମାଣ କରି, ଉକ୍ତ ମନ୍ଦିରର ପ୍ରତିଷ୍ଠା ବହୁ ଆଡମ୍ବର ସହକାରେ ପାଳନ କରାଯାଇଛି। ନାମ ଯଜ୍ଞ, ଅନ୍ନ ଯଜ୍ଞ, ଘୃତଯଜ୍ଞ ,ଜ୍ଞାନ ଯଜ୍ଞ, ଗୋ ଯଜ୍ଞ ସହ ହରିନାମ ସଙ୍କିର୍ତ୍ତନରେ ଚତୁର୍ଦିଗ ପ୍ରକମ୍ପିତ ହୋଇଉଠିଛି । ଏହି ଯଜ୍ଞ ନଭେମ୍ବର ୨୮ ଠାରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଶ୍ରମର ପ୍ରତିଷ୍ଠତା ପୂଜ୍ୟ ଶ୍ରୀ ଆତ୍ମରାଜ ଜି ମହାରାଜାଙ୍କ ଉଦ୍ଦେଶ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବିଶ୍ବର କଲ୍ୟାଣ ନିମନ୍ତେ ଗୁରୁପାଦ ସେବାର ମହତ୍ତ୍ୱ ଓ ଗୁରୁଙ୍କ ଆଶୀର୍ବାଦ କିଭଳି ଲାଭ ହୋଇପାରିବ ସେଥି ନିମନ୍ତେ ଏହି ଯଜ୍ଞ ଅନୁଷ୍ଠିତ ହୋଇଅଛି।
ରିପୋର୍ଟ ରତ୍ନାକର ଶିଅ






