Wednesday, November 11, 2026
Home ଆଞ୍ଚଳିକ ମିର୍ଜାପୁର-୨ ଅଭିନେତା ବ୍ରହ୍ମା ମିଶ୍ରାଙ୍କ ପରଲୋକ

ମିର୍ଜାପୁର-୨ ଅଭିନେତା ବ୍ରହ୍ମା ମିଶ୍ରାଙ୍କ ପରଲୋକ

10

ନୂଆଦିଲ୍ଲୀ, ୦୩/୧୨/୨୧ (ଜିଲ୍ଲା ଖବର ) : ପରଲୋକରେ ମିର୍ଜାପୁର-୨ ଓ୍ବେବ୍‌ ସିରିଜର ଅଭିନେତା ବ୍ରହ୍ମା ମିଶ୍ରା । ମିର୍ଜାପୁର-୨ରେ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିଣିଥିଲେ, ଲଳିତ୍‌ ଭୂମିକାରେ ଅଭିନୟ କରି । ତେବେ ତାଙ୍କର ପରଲୋକ ହେବାର ସୂଚନା ଦେଇଛନ୍ତି ତାଙ୍କ ବନ୍ଧୁ ଦିବ୍ୟେନ୍ଦୁ ଶର୍ମା ।  

ସୂଚନା ଅନୁଯାୟୀ,  ହଠାତ୍‌ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଏହାପରେ ସେ ଯାଇ ହସ୍ପିଟାଲରେ ଚିକିସ୍ବା କରାଇଥିଲେ । କିନ୍ତୁ ତାଙ୍କ ଘରୁ ହିଁ ବ୍ରହ୍ମାଙ୍କର ମୃତଦେହ ଜବତ କରାଯାଇଛି । ମୁମ୍ବାଇ ସ୍ଥିତ ସେ ରହୁଥିବା ଫ୍ଲାଟ୍‌ରୁ ତାଙ୍କର ଶବ ଜବତ କରିଛି । ତେବେ ପ୍ରକୃତରେ କେଉଁ କାରଣ ପାଇଁ ବ୍ରହ୍ମାଙ୍କର ମୃତ୍ୟୁ ଘଟିଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି ।

ଅନେକ ଚଳଚିତ୍ର ଏବଂ ଓ୍ବେବ୍‌ସିରିଜ୍‌ରେ ନିଜ ଅଭିନୟ ଯାଦୁ ଦେଖାଇଛନ୍ତି ବ୍ରହ୍ମା ମିଶ୍ରା । ଭୋପାଳରେ ଜନ୍ମଗ୍ରହଣ କରିଥିବା ବ୍ରହ୍ମା , ପିଲାବେଳୁ ଅଭିନୟ ପ୍ରତି ରୁଚି ରଖିଥିଲେ       ।