Sunday, November 15, 2026
Home ଆଞ୍ଚଳିକ ବିଗ୍ ବିଙ୍କ କଥା ଶୁଣି ଭାବୁକ ହେଲେ ଅଭିଷେକ ବଚ୍ଚନ

ବିଗ୍ ବିଙ୍କ କଥା ଶୁଣି ଭାବୁକ ହେଲେ ଅଭିଷେକ ବଚ୍ଚନ

17

ମୁମ୍ବାଇ, ୦୩/୧୨/୨୧ (ଜିଲ୍ଲା ଖବର ) : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଜଣେ ଭଲ ଅଭିନେତା ହେବା ସହିତ, ଜଣେ ଭଲ ପିତା ଏବଂ ସ୍ବାମୀ ମଧ୍ୟ । ଅନେକ ସମୟରେ ସେ ତାଙ୍କ ପିତାଙ୍କ କଥା ମନେ ପକାନ୍ତି । ସେ ତାଙ୍କ ପୁଅ-ଝିଅ ମାନଙ୍କୁ ଭଲ ସଂସ୍କାର ଦେଇଛନ୍ତି । ସେମାନଙ୍କୁ ଗାଇଡ ମଧ୍ୟ କରନ୍ତି ।

ନିଜର କର୍ମବହୁଳ ଜୀବନରୁ ଫୁରସତ ପାଇଲେ, ସେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରୁହନ୍ତି । ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଥିବା ବିଗ ବି, ଏକ କବିତା ପଢି ଅଭିଷେକଙ୍କ ଉପରେ ଭରସା ଦର୍ଶାଇଛନ୍ତି । କବିତା ଶୁଣି ଅଭିଷେକ ଭାବବିହ୍ବଳ ହୋଇ ପଡିଛନ୍ତି ।

ଇନଷ୍ଟାଗ୍ରାମରେ ବିଗ୍ ବି ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କବିତା ପଢ଼ୁଥିବା ନଜର ଆସୁଛନ୍ତି । ଭିଡିଓ ସେୟାର କରି ବିଗ ବି ପ୍ରେମ ଓ ବିଶ୍ୱାସରେ ଭରା ନିଜ ପିତା ହରିବଂଶ ରାୟ ବଚ୍ଚନଙ୍କ ପଂକ୍ତି କ୍ୟାପ୍ସନରେ ଲେଖିଛନ୍ତି, ‘ମୋ ପୁଅ, ପୁଅ ହେବାରୁ ମୋର ଉତ୍ତରାଧିକାରୀ ହେବନାହିଁ। ଯିଏ ମୋର ଉତ୍ତରାଧିକାରୀ ହେବ ସେ ମୋ ପୁଅ ହେବ। ମୋ ପୁଅ, ମୋ ଉତ୍ତରାଧିକାରୀ…ମୋ ଅଭିମାନ।’ ପିତାଙ୍କ ଏହି ପଂକ୍ତି ଶୁଣି ଅଭିଷେକ ବଚ୍ଚନ ଉତ୍ତର ଦେଇଛନ୍ତି, ସ୍ପିଚଲେସ। ଥାଙ୍କ ୟୁ ପାପା। ଏସବୁ ମୋ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ।