Monday, November 16, 2026
Home ଆଞ୍ଚଳିକ ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ଘନ ଘନ ବୈଠକ

ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ଘନ ଘନ ବୈଠକ

8

ବ୍ରହ୍ମପୁର,୦୩/୧୨/୨୧ (ଜିଲ୍ଲା ଖବର ) :  ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପ୍ରଶାସନର ଘନ ଘନ ବୈଠକ ଜାରି ରହିଛି । ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବିଲରେ ଥିବା ପାଚିଲା ଧାନକୁ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଏହା ସହ ମତ୍ସ୍ୟଜୀବୀକୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ସମେତ ସ୍କୁଲ ଗୃହ, କମ୍ୟୁନିଟି ହଲ ଗୁଡିକ ପ୍ରସ୍ତୁତ ଥିବାବେଳେ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରାଯିବ । ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳ ଗୁଡିକର ସରକାରୀ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି । ସେପଟେ ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଏନଡ଼ିଆରଏଫ ଏବଂ ଓଡ୍ରାଫ ଟିମ  । ଆଜି ୧୨ଟା ସୁଦ୍ଧା ଜିଲ୍ଲା ହେଡ କ୍ୱାଟରରେ ସମସ୍ତ ଟିମକୁ ରିପୋର୍ଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  ।