Sunday, November 15, 2026
Home ଆଞ୍ଚଳିକ ରେଭେନ୍ସାରେ ଜାମିଙ୍ଗ ; ହିନ୍ଦୀ, ଓଡ଼ିଆ, ସମ୍ବଲପୁରୀ ଗୀତରେ ଝୁମିଲେ ଛାତ୍ରଛାତ୍ରୀ

ରେଭେନ୍ସାରେ ଜାମିଙ୍ଗ ; ହିନ୍ଦୀ, ଓଡ଼ିଆ, ସମ୍ବଲପୁରୀ ଗୀତରେ ଝୁମିଲେ ଛାତ୍ରଛାତ୍ରୀ

9

୦୩/୧୨/୨୧ (ଜିଲ୍ଲା ଖବର ) : ସଙ୍ଗୀତମୟ ହେଲା ରେଭେନ୍ସା। ତାଳରେ ତାଳ ଗୀତ ଗାଇ ଝୁମିଲେ ଛାତ୍ରଛାତ୍ରୀ। ବିଭିନ୍ନ ପ୍ରକାରର ଗୀତ ଗାଉଥିଲେ ଛାତ୍ରଛାତ୍ରୀ। ଆଉ ବିଶ୍ଵବିଦ୍ୟାଳୟ ପରିସର ଏକ ପ୍ରକାରର ରୋମାଞ୍ଚକର ହୋଇ ଯାଇଥିଲା।

ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଚାଲିଥିଲା ଜାମିଙ୍ଗ । ପ୍ରଥମ ଥର ପାଇଁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସକୁ କିଛି ସମୟ ପାଇଁ ସଙ୍ଗୀତମୟ କରିଦେଇଥିଲେ ଛାତ୍ରଛାତ୍ରୀ।

ହାତରେ ମ୍ୟୁଜିକାଲ ଇନ୍ସଟ୍ରୁମେଣ୍ଟ ଧରି ପ୍ରଥମେ ଭଜନ ଓ ପରେ ହିନ୍ଦୀ, ଓଡ଼ିଆ, ସମ୍ବଲପୁରୀ ଗୀତ ପରିବେଷଣ କରି ବିଶ୍ବବିଦ୍ୟାଳୟକୁ ସଙ୍ଗୀତମୟ କରିଦେଇଥିଲେ ଛାତ୍ରଛାତ୍ରୀ। ରେଭେନ୍ସା ସଙ୍ଗୀତ ପରିଷଦ ପକ୍ଷରୁ ଏହି ମାସ୍ ଜାମିଙ୍ଗର ଆୟୋଜନ କରାଯାଇଥିଲା।