Monday, November 16, 2026
Home ଆଞ୍ଚଳିକ ମାଡ଼ି ଆସୁଛି ଜୱାଦ, ୨୪ ଘଣ୍ଟାରେ ସାମୁଦ୍ରିକ ଝଡରେ ହେବ ପରିଣତ

ମାଡ଼ି ଆସୁଛି ଜୱାଦ, ୨୪ ଘଣ୍ଟାରେ ସାମୁଦ୍ରିକ ଝଡରେ ହେବ ପରିଣତ

7

୦୩/୧୨/୨୧ (ଜିଲ୍ଲା ଖବର ) : ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ଜୱାଦ। ଅବପାତର ରୂପ ନେଲା ଲଘୁଚାପ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ । ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ସାମୁଦ୍ରିକ ଝଡରେ ପରିଣତ ହେବ ।

 ଏବେ ଗୋପାଳପୁର ଠାରୁ ୧୦୨୦ କିମି ଓ ପାରାଦ୍ୱୀପ ଠାରୁ ୧୦୬୦କିମି ଦୂରରେ ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦେଖି ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟର ପ୍ରଭାବ ଓ ପ୍ରସ୍ତୁତିକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ କରିଛନ୍ତି ଆଲୋଚନା। ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ସ୍ପଷ୍ଟ ହୋଇନଥିବା ବେଳେ ଘଣ୍ଟାପ୍ରତି ସର୍ବାଧିକ 100 କିଲୋମିଟର ବେଗରେ ପବନ ବହିବ ବୋଲି କହିଛନ୍ତି ଆଇଏମଡି ଡିଜି।