Monday, November 16, 2026
Home ଆଞ୍ଚଳିକ କୋର୍ଟଙ୍କ ରାୟ ପରେ ଭଙ୍ଗାଗଲା ଡିମ୍ପଲଙ୍କ ଟେଣ୍ଟ

କୋର୍ଟଙ୍କ ରାୟ ପରେ ଭଙ୍ଗାଗଲା ଡିମ୍ପଲଙ୍କ ଟେଣ୍ଟ

11

୦୩/୧୨/୨୧ (ଜିଲ୍ଲା ଖବର ) : କୋର୍ଟଙ୍କ ରାୟ ପରେ ଡିମ୍ପଲଙ୍କ ଟେଣ୍ଟ ଭାଙ୍ଗି ଦିଆଯାଇଛି। ରାତିରେ ପୁଲିସ ଉପସ୍ଥିତିରେ ତାଙ୍କ ଟେଣ୍ଟ ଭଙ୍ଗାଯାଇଛି। ଏହା ସହ ଦୁହେଁ ଏବେ ପୁଲିସ ନଜରରେ ରହିବେ। ଐତିହାସିକ ନିଷ୍ପତ୍ତ ଶୁଣାଇଛନ୍ତି କୋର୍ଟ।

କୋର୍ଟ କହିଛନ୍ତି ସୁମିତ-ଡିମ୍ପଲ ଏକସାଥ୍। ସ୍ଵାମୀ-ସ୍ତ୍ରୀ ଏକାଠି ରହିବା ସପକ୍ଷରେ କୋର୍ଟ।  ୭ଦିନ ଯାଏଁ ଏକାଠି ରହିବେ ସ୍ଵାମୀ-ସ୍ତ୍ରୀ। ସାତ ଦିନ ଯାଏଁ କୌଣସି ବାହାର ଲୋକଙ୍କ ସହ ଦୁହେଁ ମିଶିବେନି।  ସୁମିତ ଥିବା ଆସିକା ଅଞ୍ଚଳରେ ରହିବାକୁ ନିର୍ଦ୍ଦେଶ। ୭ ଦିନପରେ କୋର୍ଟରେ ହାଜର ହେବେ ସ୍ଵାମୀ-ସ୍ତ୍ରୀ।

୧୧ ଦିନ ଧାରଣାରେ ବସିବା ପରେ ତପସ୍ୱିନୀଙ୍କ ତପସ୍ୟା ସଫଳ ହୋଇଛି। ଶୀତ-ବର୍ଷାକୁ ଖାତିର ନକରି ନିଜ ଜୀବନସାଥିକୁ ପାଇବାକୁ ଜାରି ରଖିଥିଲେ ତପସ୍ୟା। ଆଉ  ନିଜ ଜୀବନସାଥିକୁ ପାଇଛନ୍ତି। ମାନ୍ୟବର କୋର୍ଟ ଐତିହାସିକ ନିଷ୍ପତ୍ତ ଶୁଣାଇଛନ୍ତି।