Monday, November 16, 2026
Home ଆଞ୍ଚଳିକ ଦିବ୍ୟଜୀବନ ସଂଘ କୋଦଳା ଶାଖା ତରଫରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୧୩୦ ୟୁନିଟ୍ ରକ୍ତ...

ଦିବ୍ୟଜୀବନ ସଂଘ କୋଦଳା ଶାଖା ତରଫରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୧୩୦ ୟୁନିଟ୍ ରକ୍ତ ସଂଗ୍ରହ, ଜଣେ ଦିବ୍ୟାଙ୍ଗ ପ୍ରଥମ ଥର ରକ୍ତଦାନ କଲେ

12

ବେଗୁନିଆପଡା ୦୨.୧୨.୨୦୨୧( ଜିଲ୍ଲା ଖବର)-:ଗଞ୍ଜାମ ଜିଲ୍ଲା କୋଦଳା ଦଣ୍ଡେଶ୍ୱର ମନ୍ଦିର ସ୍ଥିତ ଶିବାନନ୍ଦ ଆଶ୍ରମ ଦିବ୍ୟଜୀବନ ସଂଘ ପରିସରରେ ଆଜି କୋଦଳା ଦିବ୍ୟଜୀବନ ସଂଘ ଶାଖା ର ୨୮ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଦିବ୍ୟଜୀବନ ସଂଘ କୋଦଳା ଶାଖା ଏବଂ ସମ୍ବାଦ ଆମ ଓଡିଶା ମିଳିତ ଆୟୋଜିତ କରିଥିବା ବେଳେ ସ୍ଵତନ୍ତ୍ର ଅତିଥିଭାବେ କୋଦଳା ତହସିଲଦାର ସସ୍ମିତା ଶତପଥୀ ଯୋଗଦେଇ ରକ୍ତଦାନ ଶିବିରକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ଏଥିସହିତ ତହସିଲଦାର ମଧ୍ଯ ନିଜେ ରକ୍ତଦାନ କରିଥିଲେ ।ଏଥିସହିତ ଖୋଜାପଲ୍ଲୀ ଗ୍ରାମ ର ଦିବ୍ୟାଙ୍ଗ ଯୁବକ ଭାଗୀରଥୀ ବିଶୋୟୀ ପ୍ରଥମ ଥର ପାଇଁ ରକ୍ତଦାନ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ଆମ ଓଡିଶା ବ୍ରହ୍ମପୁର ସଂସ୍କରଣ ସଂଯୋଜକ ବସନ୍ତ କୁମାର ପଣ୍ଡା, ଦିବ୍ୟଜୀବନ ସଂଘ ର ସଭାପତି ଉପମନ୍ୟୁ ଶତପଥୀ, ଶିକ୍ଷକ ଗୌରହରି ପୋଲାଈ, ଲାଞ୍ଜିପଲ୍ଲୀ ମହିଳା ଶାଖା ର ମୁଖ୍ୟ ଶାନ୍ତିଭୂଷଣ ପଣ୍ଡା, ଶ୍ରୀ ଗଣେଶ ଯୁବକ ସଂଘ ର ସଭାପତି ସନ୍ତୋଷ କୁମାର ପ୍ରଧାନ ସମେତ ଅନ୍ୟମାନେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଗୋପବନ୍ଧୁ ଆଚାରୀ, ଶିକ୍ଷକ ନୀଳକଣ୍ଠ ଦାଶ, ଦୀପକ ବିଶୋୟୀ, ସୋମେଶ ପାତ୍ର, ଶିବ ପାତ୍ର, ଉତ୍ତମ ନାୟକ, ନାରାୟଣ ସାହୁ, ମିତା ରାଣୀ ପାତ୍ର, ସୁନିତା ପୃଷ୍ଟି, କ୍ଷୀରୋସିନ୍ଧୁ ପାତ୍ର, ସୁଧାକର ନାୟକ, ଗୁଣ୍ଡିଚା ରାଣୀ ପାତ୍ର ସମେତ ଦିବ୍ଯଜୀବନ ସଂଘ ର ବହୁ ସଦସ୍ଯ ସଦସ୍ୟା ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।ଏଥିରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ର ସଦସ୍ୟ ସମେତ କୋଦଳା ଅଞ୍ଚଳର ବହୁ ସ୍ଵେଚ୍ଛାସେବୀ ମାନେ ସହଯୋଗ କରିଥିଲେ ।