
ନୂଆଦିଲ୍ଲୀ, ୦୨/୧୨/୨୧ (ଜିଲ୍ଲା ଖବର ) : ସାଉଥ ଅଭିନେତା କମଲ ହାସନ ନିକଟରେ କରୋନା ସଂକ୍ରମିତ ହୋଇଥିଲେ । ଏନେଇ ସେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ । ହେଲେ ଏବେ କରୋନା ମୁକ୍ତ ହୋଇ ସାରିଛନ୍ତି କମଲ ହାସନ । କରୋନା ମୁକ୍ତ ହେବା ପରେ, ଏବେ ସେ ଖୁବ୍ ଶୀଘ୍ର ନିଜ କାମକୁ ଫେରିବେ । ସୂଚନା ଅନୁଯାୟୀ, ଏବେ ତାଙ୍କୁ ୩ ଡିସେମ୍ବର ଯାଏ ଆଇସୋଲେଟ ରଖାଯିବ । ଏହାପରେ ୪ ଡିସେମ୍ବରରେ ସେ ପୁଣି କାମ ଆରମ୍ଭ କରି ପାରିବେ ।
ପ୍ରକାଶ ଥାଉକି, ଅଭିନେତା କମଲ ହାସନ ଆମେରିକାରୁ ଫେରିବା ପରେ, କରୋନା ସଂକ୍ରମିତ ହୋଇଥିଲେ । ଏନେଇ ସେ ଟ୍ବିଟ କରି ଏହାର ସୂଚନା ଦେଇଥିଲେ ।


