Thursday, November 12, 2026
Home ଆଞ୍ଚଳିକ ବିକି-କ୍ୟାଟଙ୍କ ବିବାହରେ ଏଗ୍ରିମେଣ୍ଟ ସାଇନ୍ କରିବେ ଅତିଥି !

ବିକି-କ୍ୟାଟଙ୍କ ବିବାହରେ ଏଗ୍ରିମେଣ୍ଟ ସାଇନ୍ କରିବେ ଅତିଥି !

17

ନୂଆଦିଲ୍ଲୀ, ୦୨/୧୨/୨୧ (ଜିଲ୍ଲା ଖବର ) : ଖୁବ୍‌ଶୀଘ୍ର କନିଆଁ ସାଜିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଆଉ ତାଙ୍କ ବର ସାଜିବେ ଅଭିନେତା ବିକି କୌଶଲ। ରିପୋର୍ଟ ଆନୁଯାୟୀ ଶୁଣିବାକୁ ମିଳୁଛି କି ଆସନ୍ତା ୯ ତାରିଖରେ ଦୁହେଁ ହାତରୁ ଦିହାତ ହେବେ । ଏକଥା ଆମେ କହୁନୁ ବରଂ, ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଏହି ଦୁଇ ସେଲେବ୍ରିଟି ନିଜ ବିବାହ ପାଇଁ ଏକ ପ୍ରକାରର ଏସ୍‌ଓପି ଜାରି କରିଛନ୍ତି ।

ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଅତିଥି ତାଲିକା ପର୍ଯ୍ୟନ୍ତ କିଏ କେଉଁଠି ରହିବ, କିଏ କେମିତି ଆସିବ ସବୁ କିଛିର ଯୋଜନା ସରିଛି  । କେବଳ ବିବାହକୁ ସମସ୍ତଙ୍କର ଅପେକ୍ଷା । ଜାରି ହୋଇଥିବା ନିୟମ ଅନୁଯାୟୀ ବିବାହରେ ଯୋଗ ଦେବାକୁ ଆସିଥିବା ସମସ୍ତ ଅତିଥିଙ୍କୁ ଏକ ଫର୍ମରେ ସାଇନ୍‌ କରିବାକୁ ପଡିବ।

କେବଳ ସେତିକି ନୁହେଁ,ସବୁଠାରୁ ଆଶ୍ଚଯ୍ୟକର କଥା ହେଉଛି,  କରାଯାଇଥିବା ନିୟମ ଅନୁଯାୟୀ,

ଅତିଥି ମାନେ ବିବାହକୁ ଫୋନ୍ ନେଇ ଆସି ପାରିବେ ନାହିଁ । 

ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେୟାର କରିପାରିବେ ନାହିଁ। 

ବିବାହର ଲୋକେସନ୍‌ କିମ୍ବା ତଥ୍ୟ ମଧ୍ୟ ସେୟାର କରିପାରିବେ ନାହିଁ।

ବିବାହ ଭେନ୍ୟୁରେ କୌଣସି ରିଲ୍‌ କିମ୍ବା ଭିଡିଓ କରାଯାଇପାରିବ ନାହିଁ।

ୱେଡିଂ ପ୍ଲାନର୍‌ଙ୍କ ମଞ୍ଜୁରୀ ପରେ ହିଁ ସମସ୍ତ ଫଟୋ ପବ୍ଲିସ ହେବ।

ୱେଡିଂ ଭେନ୍ୟୁ ଏବଂ ବାହ୍ୟ ଜଗତ ସହ ଅତିଥିଙ୍କ କୌଣସି ସମ୍ପର୍କ ରହିବ ନାହିଁ । 

ବିବାହରେ ଉପସ୍ଥିତି ଖୁଲାସା କରିବେ ନାହିଁ ।

ବିକି-କ୍ୟାଟ୍ରିନାଙ୍କ ବିବାହ ପାଇଁ କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଏବଂ କରୋନା ସଚେତନତା ଅବଲମ୍ବନ କରାଯାଉଛି।