
ବ୍ରହ୍ମପୁର,୦୨/୧୨/୨୧ (ଜିଲ୍ଲା ଖବର ) : ଆଜି ଆସିବ ଡିମ୍ପଲଙ୍କ ରାୟ । 11 ଦିନରେ ଶ୍ବଶୁର ଘର ଆଗରେ ବସିଛନ୍ତି ଡିମ୍ପଲ । ଆଜି ପୁଣି ଆସିପାରନ୍ତି SDJM କୋର୍ଟ ନବବଧୂ ଡିମ୍ପଲ ଓରଫ ତପସ୍ବନୀ ଦାଶ । ଗତକାଲି ଡିମ୍ପଲଙ୍କ ପକ୍ଷରୁ ନୂଆ ପିଟିସନ କୋର୍ଟଙ୍କ ନିକଟରେ ଦିଆଯାଇଛି ।
ଗତକାଲି ଉଭୟ ସ୍ଵାମୀ ସ୍ତ୍ରୀ ଅର୍ଥାତ ଡାକ୍ତର ସୁମିତ ସାହୁ ଏବଂ ତପସ୍ବିନୀ ଦାଶଙ୍କୁ ନିଜ ଆଡୁ SDJM କାଉନସେଲିଂ କରିଛନ୍ତି । ଆଜି ରାୟ ଶୁଣାଣି କରିପାରନ୍ତି SDJM କୋର୍ଟ । ଗତକାଲି ଉଭୟ ଏହି ବିଷୟରେ ସୁସ୍ଥ ମନରେ ଚିନ୍ତା କରିବାକୁ ଏସଡିଜେଏମ୍ କହିଥିଲେ । ପରେ ସେମାନେ ଯାହା ଚିନ୍ତା କରିଛନ୍ତି ତାହା କୋର୍ଟକୁ ଜଣାଇବେ । ଆଜି ଆସିବ କୋର୍ଟଙ୍କ ରାୟ ।


