Sunday, November 15, 2026
Home ଆଞ୍ଚଳିକ ମିଡିଆ ସାମ୍ନାରେ ପ୍ରଥମ ଥର ସାଥି ହୋଇ ନଜର ଆସିଲେ, ଆଥିଆ-କେ.ଏଲ ରାହୁଲ

ମିଡିଆ ସାମ୍ନାରେ ପ୍ରଥମ ଥର ସାଥି ହୋଇ ନଜର ଆସିଲେ, ଆଥିଆ-କେ.ଏଲ ରାହୁଲ

29

ନୂଆଦିଲ୍ଲୀ, ୦୨/୧୨/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟି ତାଙ୍କ ପର୍ସନାଲ ଲାଇଫକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ଅନେକ ସମୟରେ ସେ ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି । କେବଳ ଏତିକି ନୁହେଁ, ରାହୁଲ ମଧ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି । ଏହା ସହିତ ଆଥିଆ ରାହୁଲଙ୍କ ସହ ବିଦେଶ ଗସ୍ତରେ ମଧ୍ୟ ଯାଆନ୍ତି ।

ହେଲେ ଏବେ ଦୁହେଁ ନିଜ ସମ୍ପର୍କକୁ ଜନସାଧାରଣଙ୍କ ନିକଟକୁ ଆଣିବାକୁ ଦୁହେଁ ପ୍ରସ୍ତୁତ ଅଛନ୍ତି ବୋଲି ଅନୁମାନ୍ କରା ଯାଉଛି । ନିକଟରେ ଆଥିଆଙ୍କ ଭାଇ ଆହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ’ର ପ୍ରିମିୟରରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ସମୟରେ ଫଟୋଗ୍ରାଫରଙ୍କୁ ଦୁହେଁ ପୋଜ ମଧ୍ୟ ଦେଇଥିଲେ। ସେହି ଫିଲ୍ମର ପ୍ରିମିୟର୍‌ରେ ପୁରା ସେଟ୍ଟୀ ପରିବାର ଉପସ୍ଥିତ ଥିଲେ ।