ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା

31

 କନ୍ଧମାଳ, ୦୨/୧୨/୨୧ (ଜିଲ୍ଲା ଖବର ) : ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ। ଏପଟେ  ଥରୁଛି ସାରା ଦାରିଙ୍ଗବାଡ଼ି । ଦାରିଙ୍ଗବାଡ଼ି ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଏବେ ପାରଦ ତଳ ମୁହାଁ । ଫଳରେ ପ୍ରବଳ ଶୀତ ଅନୁଭବ ହେଉଛି ।  ଦାରିଙ୍ଗବାଡ଼ିର ତାପମାତ୍ରା ୭ ଡିଗ୍ରୀକୁ ଖସି ଆସିଛି । ଅସହ୍ୟ ଜାଡ଼ ଅନୁଭୂତ ହେଉଥିବା ବେଳେ ଆଭ୍ୟନ୍ତରୀଣ ଇଲାକାରେ ତୁଷାରପାତ ହୋଇଛି ।

ସ୍ଥାନୀୟ ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉଛନ୍ତି । ଦିନ ମଜୁରିଆ ଲୋକେ ଘରୁ ବାହାରି ପାରୁନାହାଁନ୍ତି । ସେପଟେ ଶୀତ ଯେତେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ  ବଢୁଛି । ପର୍ଯ୍ୟଟକମାନେ ଶୀତର ମଜା ନେଉଥିବା ବେଖିବାକୁ ମିଳୁଛି ।