Wednesday, November 11, 2026
Home ଆଞ୍ଚଳିକ ଦେଶରେ ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ

ଦେଶରେ ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ

17

୦୨/୧୨/୨୧ (ଜିଲ୍ଲା ଖବର ) : ଦେଶରେ ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏହାର ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ତତ୍ପରତା । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିବା ବେଳେ, ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ । 

ବିମାନ ବନ୍ଦରରେ ସ୍କ୍ରିନିଂ, ରାପିଡ ଟେଷ୍ଟ ଆଦି ନେଇ ଆଲୋଚନା କରାଯିବ । ବୈଠକରେ ବିମାନବନ୍ଦର ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ  ସ୍ୱାସ୍ଥ୍ୟ ଅଧିକାରୀ ସାମିଲ ହେବେ । ତେବେ ନୂଆ ଭାରିଆଣ୍ଟ ଓମିକ୍ରୋନକୁ ନେଇ ବର୍ତ୍ତମାନ ସୁଦ୍ଧା ସବିଶେଷ ତଥ୍ୟ ନାହିଁ ।