Sunday, November 15, 2026
Home ଆଞ୍ଚଳିକ ଆଜି ଅବପାତରେ ପରିଣତ ହେବ ସୃଷ୍ଟ ଲଘୁଚାପ

ଆଜି ଅବପାତରେ ପରିଣତ ହେବ ସୃଷ୍ଟ ଲଘୁଚାପ

9

ଭୁବନେଶ୍ୱର,୦୨/୧୨/୨୧ (ଜିଲ୍ଲା ଖବର ) : ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ଜୱାଦ୍ । ଆଜି ଅବପାତରେ ପରିଣତ ହେବ ଆଣ୍ଡାମାନ ସାଗର ନିକଟରେ ସୃଷ୍ଟ ଲଘୁଚାପ । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଅବପାତର ରୂପ ନେବ । ତେବେ ସମ୍ଭାବ୍ୟ ବାତ୍ୟା କେଉଁ ଜାଗାରେ ସ୍ଥଳଭାଗ ଛୁଇଁବ, ଏହାର ତୀବ୍ରତା କେତେ ରହିବ ତାହା ଆଜି ସ୍ପଷ୍ଟ ହେବ ।

ଏହାର ପ୍ରଭାବରେ 3 ତାରିଖ ସନ୍ଧ୍ୟା କିମ୍ବା ରାତିରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । 4 ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଏହାର ପ୍ରଭାବରେ 100ରୁ 110 କିମି ବେଗରେ ପବନ ବହିପାରେ । 4 ତାରିଖ ପାଇଁ ରାଜ୍ୟର 4 ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଏହି ଦିନ କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ବାଲେଶ୍ବର, ଭଦ୍ରକ, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 3 ତାରିଖରୁ 5 ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦେଇଛନ୍ତି IMD ଡିଜି ।