ସାଇକେଲ ଦୁର୍ଘଟଣାରେ ଦଶମ ଶ୍ରେଣୀ ଛାତ୍ର ମୃତ

27

୦୨/୧୨/୨୧ (ଜିଲ୍ଲା ଖବର ) ଫୁଲବାଣୀ ସହରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାଇକେଲ ବ୍ରେକ୍ ଛିଣ୍ଡି ଯିବାରୁ ରାସ୍ତା ମଝିରେ ଥିବା ଡିଭାଇଡ଼ରରେ ପିଟି ହୋଇ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି।

 ଫୁଲବାଣୀ ଏଗ୍ରିକଲଚର କଲୋନୀରେ ରହୁଥିବା ପ୍ରଶାନ୍ତ ମହାପାତ୍ରଙ୍କ ଦୁଇପୁଅ ଓମପ୍ରକାଶ ଓ ସାଇ ପ୍ରକାଶ ସନ୍ଧ୍ୟାରେ ଗୋଟିଏ ସାଇକେଲରେ ନାରାୟଣୀ ରୋଡକୁ ବୁଲିବାକୁ ଯାଇଥିଲେ। ତେବେ ହଠାତ୍ ସାଇକେଲର ବ୍ରେକ ଛିଣ୍ଡି ଯିବାରୁ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇଯାଇଥିଲେ।

  ସାନ ପୁଅ ସାଇକେଲରୁ ଡେଇଁ ପଡିଥିବା ବେଳେ ବଡ଼ପୁଅ ଓମପ୍ରକାଶ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ଆଣିବା ଭିତରେ ତାଙ୍କର ମୃତ୍ୟୁ ଘଟିଥିଲା। ଓମପ୍ରକାଶ ଫୁଲବାଣୀ ସରସ୍ଵତୀ ଶିଶୁ ମନ୍ଦିରରେ ଦଶମ ଶ୍ରେଣୀରେ ପଢୁଥିଲେ।