କୋଟିଆରେ ଆନ୍ଧ୍ର କରିବ ହାଇଡ୍ରୋ ପାୱାର ପ୍ଲାଣ୍ଟ

13

କୋରାପୁଟ,୦୨/୧୨/୨୧ (ଜିଲ୍ଲା ଖବର ) : ପୁଣି ଆନ୍ଧ୍ରର ଦାଦାଗିରି। କୋଟିଆରେ ଆନ୍ଧ୍ର କରିବ ହାଇଡ୍ରୋ ପାୱାର ପ୍ଲାଣ୍ଟ। ଆନ୍ଧ୍ର ଅଧିକାରୀଙ୍କ ସହ ଦିଲ୍ଲୀର  NTPCର ୪ ଜଣିଆ ଟିମ କଲେ ଅନୁଧ୍ୟାନ। କୋଟିଆ ଦଖଲ ପାଇଁ ଆନ୍ଧ୍ରର ଆଉ ଏକ କୁ ଚକ୍ରାନ୍ତ। ଆନ୍ଧ୍ର ପକ୍ଷରୁ  କୋଟିଆରେ ହାଇଡ୍ରୋ ପାୱ୍ବାର ପ୍ରକଳ୍ପ ସ୍ଥାପନ କରାଯିବ ନେଇ ସର୍ଭେ କରାଯାଇଛି ।

କୋଟିଆର ବିବାଦୀୟ ୨୧ଟି ଗ୍ରାମର  ପ୍ରତ୍ୟେକ ଘରକୁ ବିଦ୍ୟୁତ ମାଗଣାରେ  ଯୋଗାଇବାକୁ ଉଦ୍ୟମ କରୁଛି ଆନ୍ଧ୍ର। କୋଟିଆ ଅଂଚଳ ପାଇଁ ଅବସ୍ଥାପିତ ଆନ୍ଧ୍ର ପୋଲିସ ଟିମ ଉପସ୍ଥିତିରେ ବିଜୟ ନଗରମ ଜିଲ୍ଲା NRED ସଂସ୍ଥାର ମ୍ୟାନେଜର ଓ ସଦସ୍ୟଙ୍କ ସହିତ NTPCର  4 ଜଣିଆ ସଦସ୍ୟ କୋଟିଆ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । କୋଟିଆର ନେରେଡିୱ୍ବାଲସା, ତାଡିୱାଲସା, ଧୁଳିପଦର,ସାରିକି ଗାଁ ଗ୍ରସ୍ତ କରି ସର୍ଭେ କରିଛନ୍ତି ।