Sunday, November 15, 2026
Home ଆଞ୍ଚଳିକ ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ବିନୀତ୍ କୁମାର ସିଂହ

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ବିନୀତ୍ କୁମାର ସିଂହ

16

ନୂଆଦିଲ୍ଲୀ, ୦୨/୧୨/୨୧ (ଜିଲ୍ଲା ଖବର ) : ବର୍ତ୍ତମାନ ଚାଲିଛି ବିବାହ ଋତୁ । ଚଳିତ ବର୍ଷ ଅନେକ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଇତି ମଧ୍ୟରେ ଆଉ ଜଣେ ଅଭିନେତା ଲୁଚି ଛପି ବିବାହ କରିଛନ୍ତି । ତାଙ୍କ ବାହାଘର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗ୍ୟାଙ୍ଗ୍ସ ଅଫ୍ ୱାସେପୁର’ର ଅଭିନେତା ବିନୀତ କୁମାର ସିଂହ । ସେ ତାଙ୍କର ଗାର୍ଲଫ୍ରେଣ୍ଡ ରୁଚିରା ଗୋରମାରାୟଙ୍କୁ ନିଜର ଜୀବନସାଥି କରିଛନ୍ତି । ସେ ଉତ୍ତର ଭାରତ ଶୈଳୀରେ ବିବାହ କରିଛନ୍ତି।

ତେବେ ବିନୀତ କୁମାର କହିଛନ୍ତି ଯେ , ସେ ଦୁହେଁ ୮ ବର୍ଷ ହେଲା ପରସ୍ପରକୁ ଜାଣିଛନ୍ତି। ତାପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କୋର୍ଟ ମ୍ୟାରେଜ କରିବାକୁ ଚାହୁଁଥିଲେ , କିନ୍ତୁ ରୁଚିରା ରୀତିନୀତି ଅନୁଯାୟୀ ବିବାହ କରିବାକୁ ଚାହୁଁଥିଲେ। ସେଥିପାଇଁ ରୀତିନୀତି ଅନୁସାରେ ବିବାହ କରିଛନ୍ତି।

ନଭେମ୍ବର ୨୯ ରେ ନାଗପୁରରେ ଉତ୍ତର ଭାରତୀୟ ଓ ମହାରାଷ୍ଟ୍ରୀୟ ରୀତିନୀତି ଅନୁସାରେ ବାହାଘର ହୋଇଛି ।